• search
For Quick Alerts
Turn On Notification  
For Daily Alerts

ଶନିବାର ଠାରୁ ଆରମ୍ଭ ହେବ 18 ବର୍ଷରୁ ଅଧିକ ବୟସ୍କଙ୍କ ଟୀକାକରଣ ପାଇଁ ପଞ୍ଜୀକରଣ

|

ନୂଆଦିଲ୍ଲୀ : ମେ' ପହିଲା ଆରମ୍ଭ ହେବ କରୋନା ଭାଇରସ ପାଇଁ ଟୀକାକରଣ । ଏହି ପର୍ଯ୍ୟାୟରେ ଯୋଗ୍ୟ 18 ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମସ୍ତ ହିତାଧିକାରୀ ଟିକା ପାଇପାରିବେ । ଏନେଇ ଶନିବାରଠାରୁ 'କୋଓ୍ଵିନ୍‌ ପ୍ଲାଟ୍‌ଫର୍ମ'ରେ ନାମ ପଞ୍ଜିକରଣ କରିପାରିବେ ବୋଲି ଗୁରୁବାର ଦିନ 'ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ ଅଥରିଟି'ର (ଏନ୍‌ଏଚ୍‌ଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍‌. ଏସ୍‌. ଶର୍ମା ସୂଚନା ଦେଇଛନ୍ତି ।

କରୋନା

ଏହି ଟିକାକରଣ ନିମନ୍ତେ ପଞ୍ଜିକରଣ ବ୍ୟବସ୍ଥା ଆସନ୍ତା 48ଘଣ୍ଟା ମଧ୍ୟରେ 'କୋଓ୍ଵିନ୍‌' ପ୍ଲାଟ୍‌ଫର୍ମରେ ଖୋଲାଯିବ । ଟିକାକରଣ ପ୍ରକ୍ରିୟା ଓ ଏଥିପାଇଁ ଆବଶ୍ୟକ କାଗଜପତ୍ର ପୂର୍ବ ଭଳି ଅପରିବର୍ତ୍ତିତ ରହିଛି । କୋଭିଡ୍‌ ସଂକ୍ରମଣ କ୍ଷେତ୍ରରେ ସମ୍ପ୍ରତି ବିଶ୍ୱର ସବୁଠୁ ଅଧିକ ଦ୍ରୁତତର ଦେଶ ଭାବେ ପରିଗଣିତ ହେଉଥିବା ଭାରତର ଦୈନିକ ସଂକ୍ରମଣ ସଂଖ୍ୟା ଆଜି ଯୁକ୍ତରାଷ୍ଟ୍ର ଆମେରିକାକୁ ଟପିଯାଇଛି । ସେହି କାରଣରୁ ପ୍ରଥମ କରି ସମସ୍ତ ପ୍ରାପ୍ତ ବୟସ୍କଙ୍କ ଲାଗି ସରକାର ଟିକାକରଣ ବ୍ୟବସ୍ଥା ଉନ୍ମୁକ୍ତ କରିଛନ୍ତି ।

ନୂତନ ଟିକା ନିମୟ ଅନୁସାରେ, ଟିକାକରଣ ନିମନ୍ତେ ରାଜ୍ୟ ଓ ଘରୋଇ ସଂସ୍ଥାମାନେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଟିକା କିଣିପାରିବେ । ଏଯାବତ୍‌ ଟିକା ନେବା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ପ୍ରତ୍ୟକ୍ଷ ସେବା ଦେଉଥିବା କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ 45 ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାର ପୂର୍ବଭଳି ଟିକା ଦେଇ ଚାଲିବେ।

ସରକାରଙ୍କ ଅନୁସାରେ, 'ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ'ର 'କୋଭିସିଲ୍‌ଡ୍‌' ଏବଂ 'ଭାରତ ବାୟୋଟେକ୍‌'ର 'କୋଭାକ୍ସିନ୍‌', ଏବଂ ରୁଷ୍‌ର 'ସ୍ପୁଟ୍‌ନିକ୍‌-5' ଟିକା ଏହି ସବୁ ଟୀକାକରଣରେ ବ୍ୟବହାର କରାଯିବ । ରାଜ୍ୟକୁ ଡୋଜ୍‌ ପିଛା 400 ଟଙ୍କା ଏବଂ ଘରୋଇ ଡାକ୍ତରଖାନାକୁ ଡୋଜ୍‌ ପିଛା 600 ଟଙ୍କାରେ ଟିକା ବିକ୍ରୟ କରିବ ବୋଲି ଗତକାଲି 'ସେରମ୍‌' କହିଛି । କିନ୍ତୁ, କେନ୍ଦ୍ର ସରକାରଙ୍କ ଦର ପୂର୍ବଭଳି 150 ଟଙ୍କା ରହିବ । 'ସ୍ପୁଟ୍‌ନିକ୍‌-5' ଟିକାର ଦର ଡୋଜ୍‌ପିଛା 750 ଟଙ୍କା ରହିବ ବୋଲି 'ଡକ୍ଟର୍‌ ରେଡିସ୍‌' କହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Above 18 years Can Register from SaturDay.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X