ମହାୟୁତି ବୈଠକ ରଦ୍ଦ; ଗାଁକୁ ପଳାଇଲେ ଏକନାଥ ସିନ୍ଦେ
ମହରାଷ୍ଟ୍ରରେ ଆଜି ହେବାକୁ ଥିବା ମହାୟୁତି ବୈଠକ ଆଜି ରଦ୍ଦ ହୋଇଛି। ଜାଣିବାକୁ ମିଳିଛି ଯେ ଏକନାଥ ସିନ୍ଦେ ଆଜି ସତାରା ଜିଲ୍ଳାରେ ଅବସ୍ଥିତ ତାଙ୍କ ଗାଁକୁ ଯାଇଛନ୍ତି। ସେ ଆସନ୍ତାକାଲି ଫେରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଏହାପୂର୍ବରୁ ମହାୟୁତି ତିନ ବଡ଼ ନେତା ଏକନାଥ ସିନ୍ଦେ, ବିଜେପି ନେତା ଦେବେନ୍ଦ୍ର ଫଡ୍ନାବୀସ ଓ ଏନ୍ସିପି ପ୍ରମୁଖ ଅଜିତ ପାୱାରଙ୍କର ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ୩ ଘଣ୍ଟାର ଏକ ବୈଠକ ହୋଇଥିଲା। ବୈଠକ ପରେ ୩ ଜଣ ଯାକ ନେତା ମୁମ୍ବାଇ ଫେରି ଆସିଥିଲେ। ଆଜି ଚର୍ଚ୍ଚା ପାଇଁ ମୁମ୍ବାଇରେ ମହାୟୁତି ବୈଠକ ହେବାର ଥିଲା।
କୁହାଯାଉଛି ଯେ ଅଚାନମ ଏକନାଥ ସିନ୍ଦେ ସତାରା ଜିଲ୍ଳାରେ ଅବସ୍ଥିତ ତାଙ୍କ ଗାଁକୁ ଚାଲିଯିବା କାରଣରୁ ଆଉ ବୈଠକ ହେବ ନାହିଁ। ତେବେ ସେ ଶନିବାର ଦିନ ନଜ ଗାଁରୁ ଫେରିବା ପରେ ଯାଇ ବୈୖଠକ ହେବ ଓ ଅଧା ରହିଥିବା ଆଲୋଚନା ବି ପୂରା ହେବ।












Click it and Unblock the Notifications