କୋଲକାତା ବଳାତ୍କାର ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଏଭଳି କିଛି କହିଲେ ସାଂସଦ
କୋଲକାତା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଆରଜି କର ମେଡିକାଲ କଲେଜରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ସିଲ ବନ୍ଦ ଲଫାପାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ଏହି ଷ୍ଟାଟସ୍ ରିପୋର୍ଟରେ ତଦନ୍ତ କେତେ ଦୂର ଗଲା। କ'ଣ କ'ଣ ସବୁ ତଦନ୍ତ କରାଯାଇଛି, କେତେ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଫରେନ୍ସକ୍ ରିପୋର୍ଟରେ କ'ଣ ସବୁ ଆସିଲା ଓ ମାମଲାକୁ ନେଇ ବଡ଼ ଖୁଲାସା କରିଛି ସିବିଆଇ। ଅନ୍ୟପଟେ ଏହି ମାମଲାରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି।
ତେବେ ଏହି ମାମଲାକୁ ନେଇ ଟିଏମସି ସାଂସଦ ତଥା ପାର୍ଟି ମହାସଚିବ ଅଭିଷେକ ବାନାର୍ଜୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ମମତା ବାନାର୍ଜିଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବଳାତ୍କାର ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏଥିପାଇଁ କଠୋରରୁ କଠୋର ନିୟମ ଆସୁ। ବଳାତ୍କାରୀ ଓ ହତ୍ୟାକରୀଙ୍କ ବିରୋଧରେ ତୁରନ୍ତ ମକଦ୍ଦମା କରାଯାଉ ବୋଲି ସେ ଆହ୍ୱନ କରିଛନ୍ତି। ସେ ଆହୁରି ଲେଖିଛନ୍ତି, ଦେଶର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ୯୦ ବଳାତ୍କାର ମାମଲା ସାମ୍ନାକୁ ଆସୁଛି।

ଏଥିପାଇଁ ତୁରନ୍ତ ପଦକ୍ଷେପ ନିଆଯାଇ କଠୋର ନିୟମ ଅଣାଯିବା ଉଚିତ୍। ଗତ ୧୦ଦିନ ଧରି ପୂରା ଦେଶରେ ଆରଜି ମେଡିକାଲ ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଠିକ୍ ଏହି ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ୯୦୦ ବଳାତ୍କାର ଘଟଣା ଦେଖିବାକୁ ମିଳୁଛି। ଦୁଃଖର ବିଷୟ ଏହା କି, ଏହିସବୁ ଘଟଣାକୁ ନେଇ ସ୍ଥାୟୀ ସମାଧାନ ନିମନ୍ତେ କିଛି ପଦକ୍ଷେପ ନିଆଯାଉ ନାହିଁ ବୋଲି ଲେଖିଛନ୍ତି ଅଭିଶେକ୍ ।












Click it and Unblock the Notifications