Get Updates
Get notified of breaking news, exclusive insights, and must-see stories!

ପୁଣି ପୂଜା ଖେଡକର ଉପରେ ଗୁରୁତର ଅଭିଯୋଗ

ମିଥ୍ୟାକୁ ମାଧ୍ୟମ କରି ଆଇଏଏସର ଚାକିରି ପାଇଁ ମନୋନୀତ ହେବା ଆଉ ପରେ ଚାକିରି ହରାଇଥିବା ପୂଜା ଖେଡକର ଏବେ ନୂଆ ଅଡ଼ୁଆରେ। ପୂଜା ଖେଡକର ଏବଂ ତାଙ୍କ ମାଆଙ୍କ ବିରୋଧରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଅପହରଣ ଏବଂ ତାଙ୍କୁ ଘରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ସୂଚନାଥାଉକି, ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ଆଇଏଏସ ଚାକିରିରୁ ହଟାଇଦେଇଥିଲେ।

ପୋଲିସର ସୂଚନା ଅନୁସାରେ ଡ୍ରାଇଭରର ନାଁ ପ୍ରହଲାଦ କୁମାର। ସେ ଏକ ମିକ୍ସର ଟ୍ରକ୍‌ ନେଇ ଯାଉଥିଲେ। ତେବେ ନଭି ମୁମ୍ବଇରେ ଏରୋଲୀ ସିଗ୍ନାଲରେ ତାଙ୍କ ମିକ୍ସର ଏକ କାର୍‌କୁ ଧକ୍କା ଦେଇଥିଲା। ପୋଲିସର କହିବା ଅନୁସାରେ ଏହା ପରେ କାରରେ ଥିବା ଦୁଇ ଜଣ ପ୍ରହଲାଦଙ୍କୁ ବଳପୂର୍ବକ ନିଜ କାରରେ ବସାଇ ସେଠାରୁ ନେଇଯାଇଥିଲେ। ଘଟଣାର ସୂଚନା ପାଇ ପୋଲିସ କାର୍‌ର ଖୋଜିଥିଲା। ଯାଞ୍ଚରୁ କାର୍ ପୂଜା ଖେଡକରଙ୍କ ପୁନେର ଚର୍ତଶୃଙ୍ଗୀ ସ୍ଥିତ ଘରୁ ପାଇଥିଲା। ପୋଲିସ ଏଠାରୁ ଅପହୃତ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା।

Puja Khedkar

ଅବଶ୍ୟ ଏହି ସମୟରେ ପୂଜା ଖେଡକରଙ୍କ ମାଆ ପୋଲିସକୁ ଖୁବ୍ ବିରୋଧ କରିଥିଲେ। ପୋଲିସ କହିଛି ପୂଜାଙ୍କ ମାଆ ମନୋରମା ଖେଡକର ପୋଲିସ ସହ ଯୁକ୍ତି ତର୍କ କରିଥିଲେ। ସେ କବାଟ ଖୋଲିବାକୁ ମଧ୍ୟ ମନା କରୁଥିଲେ ଆଉ ପୋଲିସ କାମରେ ବାଧା ସୃଷ୍ଟି କରୁଥିଲେ। ଏଥିପାଇଁ ପୋଲିସ ମନୋରମା ଖେଡକରଙ୍କୁ ମଧ୍ୟ ସମନ ପଠାଇ ପଚରାଉଚରା କରିବା ପାଇଁ ପୋଲିସ ସମ୍ମୁଖରେ ହାଜର ହେବାକୁ କହିଛି।

ସୂଚନାଥାଉକି, ଗତ ବର୍ଷ ମଧ୍ୟ ପୂଜା ଖେଡକରଙ୍କ ମାଆ ଜମି ବିବାଦ ସହ ଜଡ଼ିତ ଏକ ମାମଲାରେ ଯୁକ୍ତି ତର୍କ କରିଥିଲେ ଆଉ ବନ୍ଧୁକ ମଧ୍ୟ ଦେଖାଇଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଆଉ ପରେ ତାଙ୍କୁ ଗିରଫ କରାଯାଇଥିଲା।

ସୂଚନାଥାଉକି, ପୂଜା ଖେଡକରଙ୍କୁ ଓବିସି ସାର୍ଟିଫିକେଟରେ ହେରଫେର ଏବଂ ଦିବ୍ୟାଙ୍ଗ କୋଟାର ଭୁଲ ଉପାୟରେ ଫାଇଦା ଉଠାଇବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୂଜା ଖେଡକରଙ୍କ ବିରୋଧରେ ଏହି ମାମଲାରେ ୟୁପିଏସସି ତାଙ୍କ ବିରୋଧରେ ଆକ୍ସନ ନେଇଥିଲା। ତାଙ୍କର ସିଲେକ୍ସନ ରଦ୍ଦ କରିବା ପରେ ୟୁପିଏସସି ତାଙ୍କ ଉପରେ ଏହି ପରୀକ୍ଷାରେ ସାମିଲ ହେବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଛି। ପୂଜା ଅନେକ ଥର ଭୁଲ ପରିଚୟ ଦେଇ ପରୀକ୍ଷା ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+