ଅପରେସନ ସିନ୍ଦୂର: ବାୟୁସେନା ଜାରି କଲା ନୂଆ ଭିଡିଓ, ବାଜିଲା ‘ଆରମ୍ଭ ହେ ପ୍ରଚଣ୍ଡ ହେ’
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ପହଲଗାମ ଆତଙ୍କୀ ଆକ୍ରମଣ ପର ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଏବେ ଭାରତୀୟ ବାୟୁସେନା ଏକ ଭିଡିଓ ଜାରି କରିଛି । ଭିଡିଓରେ ବାୟୁସେନାର ପରାକ୍ରମ ଦେଖିବାକୁ ମିଳିଛି । ଏୟାରଫୋର୍ସର ଯବାନ ଆକାଶରେ ଶୌର୍ଯ୍ୟ ଦେଖାଇଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି, କିଭଳି ବାୟୁବୀର ପରାକ୍ରମ ଦେଖାଉଛନ୍ତି, ଯାହାକୁ କେହି ରୋକି ପାରିବେନି, ଯାହା ସହିତ କାହାକୁ ତୁଳନା କରାଯାଇପାରିବ ନାହିଁ ।

ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଷ୍ଟ୍ରାଇକ କରିଥିଲା । ଏଥିରେ ଅତିକମରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।
ଅପରେସନ ସିନ୍ଦୂରର ସଫଳତା ପରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଥିଲେ । ଯଦି ଆତଙ୍କବାଦୀକୁ ଶରଣ ଦେବା ପାକିସ୍ତାନ ବନ୍ଦ ନ କରେ, ତେବେ ଏହାର ପରିଣାମ ଭୟଙ୍କର ହେବ ।
#IndianAirForce@PMOIndia@rajnathsingh@DefenceMinIndia@SpokespersonMoD @HQ_IDS_India @adgpi @indiannavy@IndiannavyMedia @PIB_India @MIB_India pic.twitter.com/xXnycOOXva
— Indian Air Force (@IAF_MCC) May 20, 2025
ଅପରେସନ ସିନ୍ଦୂର ପରେ ଭାରତ ତରଫରୁ ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ UNSC ସଦସ୍ୟଙ୍କ ସହ ସମଗ୍ର ବିଶ୍ବ ବୁଲିବେ । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ ।
ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବେ ।












Click it and Unblock the Notifications