ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ

AAP Rajya Sabha MP Sanjay Singh arrested: ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ । ଇଡି ଆଜି ତାଙ୍କୁ ଆର୍ଥିକ ହେରଫେର ମାମଲାରେ ଗିରଫ କରିଛି । ଆଜି ଆମ୍ ଆଦମୀ ପାର୍ଟି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ଚଢାଉ କରିଥିଲା । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦଳ ଆଜି ସକାଳେ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଥିଲେ ।

Sanjay Singh

ସୂଚନାଥାଉ ଯେ, ଲିକର୍ ପଲିସି ମାମଲାରେ ଅଭିଯୁକ୍ତ ଦିନେଶ ଆରୋରା ସଞ୍ଜୟ ସିଂହଙ୍କ ନାଁ ନେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅରୋରା କହିଥିଲେ ଯେ, ସଞ୍ଜୟ ତାଙ୍କୁ ମନିଶ ସିସୋଦିଆଙ୍କ ସହ ଯୋଗାଯୋଗ କରାଇଥିଲେ । ତେବେ ଲିକର୍ ଘୋଟାଲା ସମୟରେ ସିସୋଦିଆ ଅବକାରୀ ମନ୍ତ୍ରୀ ଥିଲେ ।

ପୂର୍ବରୁ ମଧ୍ୟ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାସଲାରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲେ ଯେଉଁଥିରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଗତଥର ଯେତେବେଳେ ଟିମ୍‌ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ସେ ଇଡି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚଳିତ ବର୍ଷ ଫେବ୍ରୁୟାରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପର ଅନେକ ନେତା ତଦନ୍ତକାରୀ ସଂସ୍ଥାର ରାଡାରରେ ଅଛନ୍ତି । ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅସୁସ୍ଥତା କାରଣରୁ ସୁପ୍ରିମକୋର୍ଟରୁ ସତ୍ୟେନ୍ଦ୍ର ଅନ୍ତରୀଣ ଜାମିନ ପାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+