ଆପ୍‌ ଅସାଧୁ ନେତାଙ୍କ ତାଲିକାରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଦଳମାନଙ୍କର ପ୍ରଚାର ସେତେ ଅଧିକ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରତିଶ୍ରୁତି ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ନେତା।ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଆପ୍‌) ଶନିବାର ଦିନ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ କରି ଏହାର ପୋଷ୍ଟର ଯୁଦ୍ଧକୁ ତୀବ୍ର କରିଛି। ପ୍ରଥମ ଥର ପାଇଁ, ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଏହି ଦଳର ପ୍ରଚାର ପୋଷ୍ଟରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରମୁଖ ଭାବରେ ପ୍ରଦର୍ଶିତ କରାଯାଇଛି। ରାହୁଲଙ୍କୁ ପୋଷ୍ଟ୍‌ରେ ଅସାଧୁ ଲୋକଙ୍କ ମଧ୍ୟରେ ରଖାଯାଇଛି।

ପୋଷ୍ଟ୍‌ରେ ଲେଖାଯାଇଛି, ''କେଜ୍ରିୱାଲ୍‌ଙ୍କ ସଚ୍ଚୋଟତା ସବୁ ଅସାଧୁ ଲୋକଙ୍କ ଉପରେ ଭାରୀ ପଡ଼ି।''। ପୋଷ୍ଟର୍‌ରେ ରାହୁଲଙ୍କ ବ୍ୟତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦିଲ୍ଲୀ ବିଜେପି ନେତାଙ୍କ ଫଟୋ ମଧ୍ୟ ରହିଛି। ରାହୁଲ ଗାନ୍ଧୀ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି ଯେ '' ଦିଲ୍ଲୀମୁ ବର୍ତ୍ତମାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରି ମୁଖ୍ୟମନ୍ତ୍ରୀର ଆବଶ୍ୟକତା ରହିଛି।

Arvind Kejriwal

ଶୀଲା ଦୀକ୍ଷିତଙ୍କବିକାଶ ମଡେଲ ଦିଲ୍ଲୀ ଆବଶ୍ୟକ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ମିଥ୍ୟା ପ୍ରଚାର ଏବଂ ଜନ ସମ୍ପର୍କ ମଡେଲ ନୁହେଁ।'' ଗୁରୁବାର ରାହୁଲ ଏପରି କହିବା ପରେ ଆପ୍‌ର ଅସାଧୁ ନେତାଙ୍କ ତାଲିକାରେ ପ୍ରକାଶ ପାଇଛନ୍ତି ରାହୁଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+