ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଆପ୍ ନେତା ସଞ୍ଜୟ ସିଂହ

Sanjay Singh:ସଂସଦର ମୌସୁମୀ ଅଧିବେଶନରେ ମଣିପୁର ଭାଇରାଲ ଭିଡିଓକୁ ବିରୋଧୀମାନେ ନିରନ୍ତର ବିରୋଧ କରୁଛନ୍ତି । ରାଜ୍ୟସଭାର ପ୍ରଶ୍ନକାଳ ସମୟରେ ବିରୋଧୀ ଦଳମାନେ ଲଗାତାର ଗୃହରେ ହଟ୍ଟଗୋଳ କରିଥିଲେ । ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବାରୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି।

ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଯେ, ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ସତ୍ୱେ ସଞ୍ଜୟ ସିଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲେ। ତେଣୁ ତାଙ୍କୁ ମୌସୁମୀ ଅଧିବେଶନର ବାକି କାର୍ଯ୍ୟଦିବସରୁ ନିଲମ୍ବିତ କରାଯାଇଛି। ପୀୟୁଷ ଗୋୟଲଙ୍କ ଅଭିଯୋଗ ଉପରେ ରାଜ୍ୟସଭା ଅଧ୍ୟକ୍ଷ ଏହି ପଦକ୍ଷେପ ନେଇଥିଲେ। ସାଂସଦ ପୀୟୁଷ ଗୋୟଲ କହିଥିଲେ ଯେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ, ତଥାପି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।

Rajya Sabha
ଗୃହରେ ଉତ୍ତେଜନା ମଧ୍ୟରେ ଅଧ୍ୟକ୍ଷ ରାଜ୍ୟସଭାରେ ପ୍ରଶ୍ନକାଳ ଆରମ୍ଭ କରିଥିଲେ । ମଣିପୁର ହିଂସା ଉପରେ ଆଲୋଚନା ପାଇଁ ସ୍ଲୋଗାନ ଦେଇ ସଞ୍ଜୟ ସିଂ ଅଧ୍ୟକ୍ଷଙ୍କ ଚେୟାର ନିକଟରେ ପହଁଞ୍ଚିଥିଲେ । ଅଧ୍ୟକ୍ଷଙ୍କ ଚେତାବନୀ ଦେବା ସତ୍ତ୍ୱେ ସଞ୍ଜସିଂ ତାଙ୍କ ସ୍ଥାନକୁ ଯାଇ ମଣିପୁର ହିଂସା ବିଷୟରେ ଆଲୋଚନା କରିବା ପାଇଁ ପୁଣି ସ୍ଲୋଗାନ ଦେଇଥିଲେ। ଯାହା ପରେ ଅଧ୍ୟକ୍ଷ ତାଙ୍କୁ ନିଲମ୍ବିତ କରିଥିଲେ ।

ସଞ୍ଜୟ ସିଂଙ୍କ ନିଲମ୍ବନ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ। ଆମର ଆଇନ ଦଳ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବେ। ସଞ୍ଜୟ ସିଂଙ୍କ ନିଲମ୍ବନ ବିରୋଧରେ ବିରୋଧୀ ଦଳର ନେତାମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଏକ ଘଣ୍ଟାରେ ଗୃହର ନେତାମାନଙ୍କର ଏକ ବୈଠକ ଡାକିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+