Get Updates
Get notified of breaking news, exclusive insights, and must-see stories!

୬ ମାସ ପରେ ଜେଲରୁ ଆପ୍ ସାଂସଦ ସଞ୍ଜୟ ସିଂହ

AAP MP Sanjay Singh: ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଦୀର୍ଘ ୬ ମାସ ପରେ ତିହାର ଜେଲରୁ ବାହାରିଛନ୍ତି । ଗତକାଲି ତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ । ଆଜି ଜାମିନ କାଗଜ ପତ୍ର ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ତିହାର ଜେଲରୁ ମୁକ୍ତ କରାଯାଇଛି ।

Sanjay Singh

AAP ସାଂସଦ ସଞ୍ଜୟ ସିଂହଙ୍କ ଓକିଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟ୍ରାଏଲ କୋର୍ଟ ଜାମିନର ସର୍ତ୍ତ ସ୍ପଷ୍ଟ କରିଛନ୍ତି। କୋର୍ଟ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ତରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି, ଏହାସହ କୋର୍ଟରେ ତାଙ୍କ ପାସପୋର୍ଟ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ସେହିପରି ଏହି ଦିଲ୍ଲୀ ବାହରକୁ ଯାତ୍ରା କରିବା ବାରଣ କରାଯାଇଛି । ଏହାସହ ତାଙ୍କର ଯାତ୍ରାର ସବିଶେଷ ED ଏବଂ IOକୁ ଦେବା ପାଇଁ ପଡିବ । ଏପରିକି ଲୋକେସନ ମଧ୍ୟ ସେୟାର କରିବା ପାଇଁ ପଡିବ । ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କୁ ମୋବାଇଲ୍ ନମ୍ବର ଦେବା ପାଇଁ ପଡିବ ।

ସୂଚନାଥାଉ ଯେ, ଗତ ବର୍ଷ ଅକ୍ଟୋବର ୪ ତାରିଖରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ତିହାର ଜେଲରେ ନ୍ୟାୟିକା ହେପାଜତରେ ଅଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆପ୍ ନେତାଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହା ସହ ନିକଟରେ ଦଳର ବିଧାୟକ କେଜ୍ରିୱାଲଙ୍କ ପତ୍ନୀଙ୍କୁ ଭେଟିଥିଲେ ଏବେ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିୱାଲ ଇସ୍ତଫା ନ ଦେବା ପାଇଁ କହିଥିଲେ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ ଏହା ପରେ ବୁଧବାର ଦିନ ତଳ କୋର୍ଟ ମଧ୍ୟ ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ତରେ ଜାମିନ ପ୍ରଦାନ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+