ରାଘବ ଚଢ଼ାଙ୍କ ବଡ ଦାବି, କହିଲେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ବୟସ ୨୫ ରୁ....

ନୂଆଦିଲ୍ଲୀ : ଆମ ଆଦ୍‌ମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ' ହୃଦୟର କଥା । ରାଜନୀତିରେ ଯୁବକମାନଙ୍କ ଅଂଶଗ୍ରହଣ ସମ୍ପର୍କରେ ସେ କହିଛନ୍ତି, ଭାରତ ହେଉଛି ବିଶ୍ୱର ସବୁଠାରୁ କନିଷ୍ଠ ଦେଶ । ଦେଶର ହାରାହାରି ବୟସ ମାତ୍ର ୨୯ ବର୍ଷ । ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ୍ । ଅଧା ଜନସଂଖ୍ୟା ୨୫ ବର୍ଷରୁ କମ୍ ।

ଆମର ନେତା କିମ୍ବା ପ୍ରତିନିଧୀମାନେ ଏତେ ଯୁବକ କି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ପ୍ରଥମ ଲୋକସଭା ନିର୍ବାଚିତ ହେଲା, ସେତେବେଳେ ଲୋକସଭାର ୨୬ ପ୍ରତିଶତ ଲୋକ ୪୦ ବର୍ଷରୁ କମ୍ ଥିଲେ । ୧୭ ତମ ଲୋକସାର କେବଳ ୧୨ ପ୍ରତିଶତ ନେତା ୪୦ ବର୍ଷରୁ କମ୍ ଥିଲେ । ରାଘବ ଚଡ଼ା କହିଛନ୍ତି, "ଆମ ଦେଶ ଯୁବକ ହେବା ସହିତ ସମାନ ଅନୁପାତରେ ନିର୍ବାଚିତ ପ୍ରତିନିଧୀମାନେ ଯୁବକମାନଙ୍କଠାରୁ ଦୂରେଇ ଯାଉଛନ୍ତି ।

raghav chadda

ଆଜି ଆମ ଯୁବ ଦେଶ ବୃଦ୍ଧ ରାଜନେତାଙ୍କ ଦ୍ୱାରା ପରିଚାଳିତ ହେଉଛି । ଯେଉଁଠାରେ ଦେଶ ଯୁବ ରାଜନେତାଙ୍କ ଆବଶ୍ୟକତା ରହିଛି ।" ସେ ଆହୁରି ମଧ୍ୟ କହିଛନ୍ତି, ଆମ ଦେଶରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ବୟସ ୨୫ ବର୍ଷ । ଲୋକ ସଭା ହେଉ କିମ୍ବା ବିଧାନସଭା । ଆପଣଙ୍କ ମାଧ୍ୟମରେ ମୁଁ ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ବୟସ ୨୫ରୁ ୨୧ବର୍ଷକୁ ହ୍ରାସ କରନ୍ତୁ । ଯଦି ଜଣେ ୨୧ ବର୍ଷ ବୟସ୍କ ଯୁବକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ତେବେ ତାଙ୍କୁ ଅନୁମତି ମିଳିବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+