ନିର୍ବାଚନ ପୂର୍ବରୁ ଆପ୍ ବିଧାୟକ ଗିରଫ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଧକ୍କା ଲାଗିଛି । ଦଳର ବିଧାୟକ ନରେଶ ବାଲ୍ୟାନଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ ଏକ ଦାଦାବଟି ମାମଲାରେ ଗିରଫ କରିଛି। ସେ କୁଖ୍ୟାତ ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ ସହ ମିଶି ଏହା କରିଥିବା ପୁଲିସ ଜାଣିବାକୁ ପାଇଛି । ସାଙ୍ଗଓ୍ବାନ ସହ ତାଙ୍କର କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ଏହି କଥାବାର୍ତ୍ତାରେ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଧିକାରୀଙ୍କ ଅନୁଯାୟୀ, ଏହି ଚାନ୍ଦା ଆଦାୟ ନେଟୱାର୍କରେ ଆଉ କିଏ ଜଡିତ ଅଛନ୍ତି ତାହା ଜାଣିବା ଲାଗି ଅନୁସନ୍ଧାନ କରାଯାଉଛି। ଏହି ଘଟଣା ପୁଣି ଥରେ AAP ଦଳକୁ ବିବାଦ ଭିତରକୁ ଆଣିଛି। ଅପରପକ୍ଷେ ଆମ ଆଦମୀ ପାର୍ଟି ବିଧାୟକ ନରେଶ ବାଲିଆନଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି। ଏମ୍ପି ସଞ୍ଜୟ ସିଂ କହିଛନ୍ତି ଯେ ନକଲି ଅଡିଓ କ୍ଲିପ୍ ବିରୋଧରେ କୋର୍ଟର ଷ୍ଟେ ଅର୍ଡର ଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏହା ଭାଜପାର ନିରାଶା ବୋଲି ସେ କହିଛନ୍ତି।












Click it and Unblock the Notifications