Get Updates
Get notified of breaking news, exclusive insights, and must-see stories!

ସଂସଦରେ ପ୍ରଦୀପ ପୁରୋହିତଙ୍କ ଉପରେ ବର୍ଷିଲେ ଓମ ବିର୍ଲା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଆଜି ସଂସଦର ପ୍ରଶ୍ନକାଳ ସମୟରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କାହାର ନାଁ ନ ନେଇ ହାସ୍ୟାସ୍ପଦ ଭାବରେ କହିଛନ୍ତି ଯେ, କିଛି ଦିନ ହେବ ଗୃହରେ ମହାଭାରତ କାହାଣୀ ବର୍ଣ୍ଣନା କରିବାର ବହୁତ ଶୁଣିବାକୁ ମିଳୁଛି ।

ସାଂସଦଙ୍କୁ ବାଚସ୍ପତି କହିଥିଲେ ଏଠାରେ ଏସବୁର ଉଦାହରଣ ଦିଅନ୍ତୁ ନାହିଁ ।କହିରଖୁଛୁ କି, ଓଡ଼ିଶାର ବରଗଡ ଭାଜପା ଏମପି ପ୍ରଦୀପ ପୁରୋହିତ କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିବାବେଳେ ଆୟୁର୍ବେଦିକ କଲେଜ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହି ଅଞ୍ଚଳରେ ମିଳୁଥିବା ଔଷଧୀୟ ଜଟିବୁଟିର ପ୍ରାଚୀନକାଳ ସହ ସମ୍ପର୍କକୁ ବର୍ଣ୍ଣନା କରିଥିଲେ ।

om birla

ଏହି ଆଲୋଚନା ସମୟରେ ବିର୍ଲା ପ୍ରଦୀପଙ୍କ ଉପରେ ରାଗି ଯାଇଥିଲେ । ସେ କହିଥିଲେ, କାହାଣୀ କୁହନ୍ତୁନି ପ୍ରଶ୍ନ ପଚାରନ୍ତୁ (ମହାଭାରତ କୁହନ୍ତୁ ନାହିଁ, ପ୍ରଶ୍ନ ପଚାରନ୍ତୁ) । ସେ ଆହୁରି ମଧ୍ୟ କହିଥିଲେ, ଆଜିକାଲି ଏଠାରେ ମହାଭାରତ ଶୁଣେଇବାର କାମ ବହୁତ ଚାଲୁଛି । ସୁଚନାନୁସାରେ ଗତ ସୋମବାର ଦିନ ଗୃହରେ ବଜେଟ୍ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଚକ୍ରଭ୍ୟୁରେ ଅଭିମନ୍ୟୁଙ୍କୁ ଫଶାଇବା କଥା ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।

ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଅଭିମନ୍ୟୁଙ୍କ ପରି ଚକ୍ରଭ୍ୟୁରେ ଫାଶରେ ପକାଇଥିବା ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ବିରୋଧୀ ଦଳ 'ଇଣ୍ଡିଆ' ମେଣ୍ଟ ଏହି ଚକ୍ରଭ୍ୟୁକୁ ଭାଙ୍ଗିବ । ଲୋକସଭାରେ ଯେତେବେଳେ ରାହୁଲ ଗାନ୍ଧୀ ଅଭିମନ୍ୟୁ ଏବଂ ଚକ୍ରଭ୍ୟୁ କାହାଣୀ ଉଲ୍ଲେଖ କରିଥିଲେ, ସେତେବେଳେ ଜାତି କୁ ନେଇ ଗୃହରେ ହଟଗୋଳ ହୋଇଥିବାର ଦେଖାଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+