Get Updates
Get notified of breaking news, exclusive insights, and must-see stories!

Sanjay Singh Update: ଆଜି ଜେଲରୁ ବାହାରିବେ ସଞ୍ଜୟ ସିଂହ, ରାୱଜ ଏଭିନ୍ୟୁ କୋର୍ଟରୁ ଜାରି ହେଲା ରିଲିଜ ଅର୍ଡର

Sanjay Singh Update: ଆଜି ସଂନ୍ଧ୍ୟା ସୁଦ୍ଧା ଜେଲରୁ ବାହାରିବେ ସଞ୍ଜୟ ସିଂହ । ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ ଆପ୍ ନେତା ସଞ୍ଜୟ ସିଂହଙ୍କ ରିଲିଜ୍ ଅର୍ଡର ଜାରି କରିସାରିଛନ୍ତି । ସେପଟେ ତାଙ୍କ ଓକିଲ ଏବଂ ପରିବାର ଲୋକ ରାୱଜ ଏଭିନ୍ୟୁ କୋର୍ଟ ନିକଟରେ ପହଞ୍ଚିସାରିଛନ୍ତି । ବର୍ତ୍ତମାନ ଦିଲ୍ଲୀର ଆଇଏଲବିଏସ ଡାକ୍ତରଖାନାରେ ସଞ୍ଜୟ ସିଂହଙ୍କ ସ୍ୱାସ୍ଥ୍ୟ ପରିକ୍ଷା ଚାଲିଛି ।

Sanjay Singh

ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ମଦ ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ସଞ୍ଜୟ ସିଂହଙ୍କୁ ଜାମିଲ୍ ମିଳିଥିଲା । ହେଲେ କୋର୍ଟଙ୍କ ପକ୍ଷରୁ ଏହା ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ଯେ, ସଞ୍ଜୟ ସିଂହ କୌଣସି ରାଜନୈତିକ ଗିତିବିଧିରେ ସାମିଲ ହେବେ ନାହିଁ ଏବଂ ମଦ ଦୁର୍ନୀତି ମାମଲାକୁ ନେଇ କେଉଁ ବାୟନ ଦେଇପାରିବେ ନାହିଁ । ତାଙ୍କ ଜାମିନ ଉପରେ ବିଚାର ସ୍ୱତନ୍ତ୍ର ଅଦାଲତ କରିବା ନେଇ ସୂଚନା ରହିଛି ।

AAP ସାଂସଦ ସଞ୍ଜୟ ସିଂହଙ୍କ ଓକିଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟ୍ରାଏଲ କୋର୍ଟ ଜାମିନର ସର୍ତ୍ତ ସ୍ପଷ୍ଟ କରିଛନ୍ତି। କୋର୍ଟ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ତରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି, ଏହାସହ କୋର୍ଟରେ ତାଙ୍କ ପାସପୋର୍ଟ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ସେହିପରି ଏହି ଦିଲ୍ଲୀ ବାହରକୁ ଯାତ୍ରା କରିବା ବାରଣ କରାଯାଇଛି । ଏହାସହ ତାଙ୍କର ଯାତ୍ରାର ସବିଶେଷ ED ଏବଂ IOକୁ ଦେବା ପାଇଁ ପଡିବ । ଏପରିକି ଲୋକେସନ ମଧ୍ୟ ସେୟାର କରିବା ପାଇଁ ପଡିବ । ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କୁ ମୋବାଇଲ୍ ନମ୍ବର ଦେବା ପାଇଁ ପଡିବ ।

ସୂଚନାଥାଉ ଯେ, ଗତ ବର୍ଷ ଅକ୍ଟୋବର ୪ ତାରିଖରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ତିହାର ଜେଲରେ ନ୍ୟାୟିକା ହେପାଜତରେ ଅଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆପ୍ ନେତାଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହା ସହ ନିକଟରେ ଦଳର ବିଧାୟକ କେଜ୍ରିୱାଲଙ୍କ ପତ୍ନୀଙ୍କୁ ଭେଟିଥିଲେ ଏବେ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିୱାଲ ଇସ୍ତଫା ନ ଦେବା ପାଇଁ କହିଥିଲେ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ ଏହା ପରେ ବୁଧବାର ଦିନ ତଳ କୋର୍ଟ ମଧ୍ୟ ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ତରେ ଜାମିନ ପ୍ରଦାନ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+