କେଜ୍ରିୱାଲଙ୍କ ଉପରେ ବଡ଼ ବୟାନ ଦେଲେ ବ୍ରଜଭୂଷଣ, କହିଲେ ସେ କେବେ ନିର୍ବାଚନ ଜିତିପାରିବେ ନାହିଁ
ଦିଲ୍ଲୀ ନିର୍ବାଚନରେ 'ଆପ୍' ଧରାଶାୟୀ। ବିଧାନସଭା ନିର୍ବାଚନରେ 'ଆପ' ଦଳର ଶୋଚନୀୟ ପରାଜୟ ହୋଇଛି। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରି ନେତା ବି ହାରିଯାଇଛନ୍ତି। ଆମ ଆଦମୀ ପାର୍ଟିର ପରାଜୟ ପରେ ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ ଦାବି କରି କହିଛନ୍ତି ,' ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ସରକାର ଯେକୌଣସି ସମୟରେ ପତନ ହୋଇପାରେ। ଅରବିନ୍ଦ କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ।'

ଉତ୍ତରପ୍ରଦେଶର ନିପାନିଆରେ ପୂର୍ବତନ ବିଜେପି ବିଧାୟକ ଦଶରଥ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବ୍ରଜ ଭୂଷଣ ସିଂହ କହିଥିଲେ, 'ଆପଣମାନେ ଭାବିବେ ମୁଁ ବୋଧ ହୁଏ ଭବିଷ୍ୟବାରଣୀ କରୁଛି। କିନ୍ତୁ ମୁଁ ଭବିଷ୍ୟବାଣୀ କରେ ନାହିଁ, କିନ୍ତୁ ଆଜି ମୁଁ କହୁଛି ଯେ କେଜ୍ରିୱାଲ ଏବଂ ଆମ ଆଦମୀ ପାର୍ଟିର ଭବିଷ୍ୟତ ସଙ୍କଟରେ ଅଛି। ପଞ୍ଜାବରେ ଆପ ସରକାର ଯେକୌଣସି ସମୟରେ ପତନ ହୋଇପାରେ। କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ।'












Click it and Unblock the Notifications