ମିଳିଲା ନାହିଁ ଆପ୍ ଟିକେଟ୍, ଟାୱାର ଉପରକୁ ଚଢି ଆତ୍ମହତ୍ୟା କରିବାର ଧମକ ଦେଲେ ଆଶାୟୀ ପ୍ରାର୍ଥୀ
ନିର୍ବାଚନ ପାଇଁ ଟିକେଟ୍ ନମିଳିବାରୁ ଟାୱାର ଉପରକୁ ଚଢିଲେ ଆପ୍ ନେତା, ଦେଲେ ଆତ୍ମହତ୍ୟା କରିବାର ଧମକ
ଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଡିସେମ୍ବର ୪ରେ ଦିଲ୍ଲୀ ନଗରନିଗମ ନିର୍ବାଚନ ଅନୁଷ୍ଠିତ ହେବ। ଆମ୍ ଆଦମୀ ପାର୍ଟି ଦିଲ୍ଲୀ ନଗରନିଗମ ନିର୍ବାଚନ ପାଇଁ ପ୍ରଥମ ତାଲିକାରେ ୧୩୪ ଓ ଦ୍ୱିତୀୟ ତାଲିକାରେ ୧୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଯେଉଁ ନେତାଙ୍କ MCD ନିର୍ବାଚନ ପାଇଁ ଟିକେଟ୍ ମିଳି ନାହିଁ ସେମାନଙ୍କ ଅସନ୍ତୋଷ ଧୀରେ ଧୀରେ ସାମ୍ନାକୁ ଆସୁଛି । ଏହିପରି ଜଣେ ନେତା ହେଉଛନ୍ତି ହସିବ ଉଲ୍ ହସନ । ପାର୍ଟି ହାସିବଙ୍କୁ ପ୍ରତିଶ୍ରୁତି ଦେବା ସତ୍ୱେ ଏଥର ମଧ୍ୟ ତାଙ୍କୁ ଟିକେଟ୍ ମିଳି ନଥିଲା ।

ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ କାଉନସିଲର ହାସିବ ଉଲ୍ ହାସନ ଶାସ୍ତ୍ରୀ ପାର୍କ ମେଟ୍ରୋ ସମ୍ମୁଖରେ ଥିବା ଏକ ଉଚ୍ଚ ଟାୱାର ଉପରକୁ ଚଢି ଦଳର ଭୁଲ ନୀତିକୁ ବିରୋଧ କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ଦଳ ତାଙ୍କୁ ଟିକେଟ୍ ଦେଇନାହିଁ ଏବଂ କାଗଜପତ୍ର ମଧ୍ୟ ରଖିଦେଇଛି । କାଗଜ ଫେରସ୍ତ ନ ଦେଲେ ହସିବ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଁଚି ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆମ୍ ଆଦମୀ ପାର୍ଟି ଶୁକ୍ରବାର ପ୍ରଥମ ତାଲିକାରେ ୧୩୪ ଜଣ ପ୍ରାର୍ଥୀ ଏବଂ ଶନିବାର ଦ୍ୱିତୀୟ ତାଲିକାରେ ୧୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ଯେଉଁଥିରେ ଅଧିକରୁ ଅଧିକ ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ନା' ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications