ନିର୍ବାଚନ ପୂର୍ବରୁ ଗିରଫ ହଲେ ଆପ୍ ନେତା
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଲାଗିଲା ଝଟକା । ଗିରଫ ହେଲେ ଆପ୍ ନେତା । ଠକେଇ ଅଭିଯୋଗରେ ତେଲେଙ୍ଗାନା ପୋଲିସ ରାଜସ୍ଥାନ ବିଧାନସଭା ପାଇଁ ଆପ୍ ପାର୍ଥୀ ଦୀପେଶ ସୋନିଙ୍କୁ ଗିରଫ କରିଛି ।
ସୂଚନା ଅନୁାସାରେ, APP ରାଜସ୍ଥାନର ଝାଲାୱାଡର ଖାନପୁର ବିଧାନସଭା ଆସନରୁ ପାନୱାର ବାସିନ୍ଦା ତଥା ଅଳଙ୍କାର ବ୍ୟବସାୟୀ ଦୀପେଶ ସୋନିଙ୍କୁ ଟିକେଟ୍ ଦେଇଥିଲା । ହେଲେ ଏକ ପୁରୁଣା ମାମଲାକୁ ନେଇ ତେଲେଙ୍ଗାନା ପୋଲିସ ବର୍ତ୍ତମାନ ତାଙ୍କୁ ଗିରଫ କରିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୀପେଶ ସୋନିଙ୍କ ବିରୋଧରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଠେକେଇ ଅଭିଯୋଗ କରି ଏକ ମାମଲା ରୁଜୁ କରିଛନ୍ତି । ଧାରା ୪୨୦ ଏବଂ ୪୦୬ ଅଧୀନରେ ତେଲେଙ୍ଗାନା ବସେରାବଦ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ ହୋଇଥିଲା । ଦୀପେଶଙ୍କ ବିରୋଧରେ ୨ଟି ଠକେଇ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ଦୁଇଟି ମାମଲା ରୁଜୁ ହୋଇଛି । ପୋଲିସ ବର୍ତ୍ତମାନ ଦୀପେଶଙ୍କୁ ଗିରଫ କରି ପଚରାଉଚରା କରୁଛି ।
ସୂଚନା ଅନୁସାରେ, ଅକ୍ଟୋବର ୨୬ ତାରିଖରେ ଦୀପେଶ ହାଇଦ୍ରାବାଦ ଯାଇଥିଲେ । ଯାହା ପରେ ତାଙ୍କ ସହ ପରିବାର ଲୋକ ଆଉ ଯୋଗାଯୋଗ କରି ପାରିନଥିଲେ । ଫଳରେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ଏହାପରେ ରାଜସ୍ଥାନ ପୋଲିସ ତାଙ୍କୁ ହାଇଦ୍ରାବାଦ ଯାଇ ଖୋଜାଖୋଜି କରିଥିଲା । ହେଲେ ସେଠାରେ ହାଇଦ୍ରାବାଦ ପୋଲିସ ତାଙ୍କୁ ଗିରଫ କରିନେଇଥିବା ଜଣା ପଡିଥିଲା ।












Click it and Unblock the Notifications