ସଦସ୍ୟତା ଫେରି ପାଇଲେ ରାଘବ ଚଡ୍ଡା, ନିଲମ୍ବନ ପ୍ରତ୍ୟାହାର କଲେ ଜଗଦୀପ ଧନଖଡ଼
ନୂଆଦିଲ୍ଲୀ: ସୋମବାର ଦିନ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡାଙ୍କ ହଟିଲା ନିଲମ୍ବନ । ସାଂସଦ ରାଘବ ଚଡ୍ଡା ଫେରିପାଇଲେ ନିଜ ସଦସ୍ୟତା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ରାଘବ ଚଡ୍ଡାଙ୍କ ନିଲମ୍ବନକୁ ସମାପ୍ତ କରିଛନ୍ତି । ରାଜ୍ୟସଭାରେ ଏନେଇ ଏକ ପ୍ରସ୍ତାବ ପାରିତ କରାଯାଇଛି ।
ଡିସେମ୍ବର ୪ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଏହାସହ ରାଜ୍ୟସଭାରେ ଆପ୍ ସାଂସଦଙ୍କ ନିଲମ୍ବନ ହଟାଇଦିଆଯାଇଛି ।ଏନେକ ଏକ ରାଜ୍ୟସଭାରେ ଏକ ବୈଠକ ବସିଥିଲା ଯାହା ପରେ ରାଜ୍ୟସଭା ଅଧ୍ୟକ୍ଷ ଚଡ୍ଡାଙ୍କୁ ସଦସ୍ୟତା ଫେରାଇଦେକୁ ନିଷ୍ପତ୍ତି ନେଇଥିଲେ । AAP ସାଂସଦ ରାଘବ ଚଡ୍ଡା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ସୁପ୍ରିମକୋର୍ଟ ଏବଂ ରାଜ୍ୟସଭା ସଭାପତିଙ୍କୁ ତାଙ୍କ ସଦସ୍ୟତା ଫେରାଇ ଦେବାରୁ ଧନ୍ୟବାଦ ଜଣାଇଛନ୍ତି।
AAP सांसद राघव चड्ढा ने कहा, "11 अगस्त को मुझे राज्यसभा से निलंबित कर दिया गया था। मैं अपने निलंबन को रद्द कराने के लिए सुप्रीम कोर्ट गया...सुप्रीम कोर्ट ने इस पर संज्ञान लिया और अब 115 दिनों के बाद मेरा निलंबन रद्द कर दिया गया है...मुझे खुशी है कि मेरा निलंबन वापस ले लिया गया है… pic.twitter.com/2JJnMpMkGA
— NBT Hindi News (@NavbharatTimes) December 4, 2023
ଏକ ଭିଡିଓ ସେୟାର କରି ସେ କହିଛନ୍ତି ଯେ, 11 ଅଗଷ୍ଟ 2023 ରେ ମୋତେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା । ମୋର ନିଲମ୍ବନକୁ ଅଗ୍ରାହ୍ୟ କରି ଗୃହ ଭିତରକୁ ଯାଇ ସ୍ୱର ଉତ୍ତୋଳନ କରିବାକୁ ମୋତେ ସୁପ୍ରିମକୋର୍ଟଙ୍କ କବାଟ ବାଡେଇବାକୁ ପଡିଲା । ନ୍ୟାୟ ମନ୍ଦିରକୁ ଯାଇ ନ୍ୟାୟ ପାଇଁ ନିବେଦନ କରିବାକୁ ପଡିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମୋର ନିଲମ୍ବନ ଶେଷ ହୋଇଥିଲା। ଆଜି ମୋର ନିଲମ୍ବନ ସମାପ୍ତ ହେଲା । ମୋତେ 115 ଦିନ ପାଇଁ ନିଲମ୍ବିତ କରାଯାଇଥିଲା । ଏହି ଦିନଗୁଡିକରେ, ମୁଁ ସରକାରଙ୍କୁ କୌଣସି ପ୍ରଶ୍ନ ପଚାରି ପାରିଲି ନାହିଁ । ଏଥିସହ ସେ ରାଜ୍ୟସଭା ସଭାପତି ଏବଂ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଥାଉ ଯେ, ଆପ୍ ସାଂସଦ ରାଘହ ଚଡ୍ଡାଙ୍କୁ ଅନୁଶାସନହୀନତା ଅଭିଯୋଗରେ ୧୧ ଅଗଷ୍ଟ ୨୦୨୩ରେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା । ଅଗଷ୍ଚ ମାସରେ ଦିଲ୍ଲୀ ସେବା ବିଧେୟକ ସମ୍ବନ୍ଧୀୟ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା ସେହି ସମୟରେ ତାଙ୍କ ବିରୋଧରେ ୫ ଜଣ ସାଂସଦଙ୍କ ନକଲି ହସ୍ତାକ୍ଷର କରିଥିବା ନେଇ ଅଭିଯୋଗ ହୋଇଥିଲା । ଯାହା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।












Click it and Unblock the Notifications