ବିହାରରେ ହେବାକୁ ଥିବା ନିର୍ବାଚନ ଲାଗି ଆପ୍ କରୁଛି ବଡ଼ ରଣନୀତି, ଦଳ ସେଠାରେ.....
ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଲଢିବାକୁ ଅଣ୍ଟା ଭିଡ଼ିଛି। ଦଳ ସମସ୍ତ ଆସନରେ ଲଢିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀ ଆପ ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ ବୁଧବାର ଏହି ସୂଚନା ଦେଇଛନ୍ତି। ଇଣ୍ଡିଆ ମେଣ୍ଟକୁ ନେଇ ହୋଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ ଆମେ ବିହାରରେ ଏକାକୀ ନିର୍ବାଚନ ଲଢ଼ିବୁ।
ଏଏନଆଇ ସହ ଆଲୋଚନା ବେଳେ ସୌରଭ ଭରଦ୍ଵାଜ କହିଛନ୍ତି, ଗୁଜରାଟରେ ପାଞ୍ଚଟି ଆସନରେ ଉପ ନିର୍ବାଚନ ହେବାର ଥିଲା। ଚାରୋଟି ଆସନରେ ପ୍ରାର୍ଥୀ ଦେଇଥିଲା କଂଗ୍ରେସ। ଆଉ ଗୋଟିଏ ସିଟ୍ରେ ଆପ୍ ପ୍ରାର୍ଥୀ ଦେଇଥିଲା। ପୂର୍ବରୁ ସ୍ଥିର ହୋଇଥିଲା ଯେ, ଯେଉଁ ସିଟ୍ରେ ଯେଉଁ ଦଳର ପ୍ରାର୍ଥୀ ନିର୍ବାଚନ ଜିତିଥିଲେ, ସେଠି ସେହି ଦଳ ନିଜର ପ୍ରାର୍ଥୀ ଦେବ। ସେହି ଅନୁସାରେ କଂଗ୍ରେସ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା।

କିନ୍ତୁ ଆମ ଭାଗରେ ଥିବା ଗୋଟିଏ ଆସନରେ ଆମେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ବି ସେଠାରେ ନିର୍ବାଚନ ଲଢିଲା। ଏମିତି କରି କଂଗ୍ରେସ ମେଣ୍ଟ ଧର୍ମ ଭଙ୍ଗ କରିଛି। ତେଣୁ ଏଥିରୁ ପାର୍ଟି ଉଚିତ୍ ଶିକ୍ଷା ନେଇ ବିହାରରେ କାହାରି ସହ ମେଣ୍ଟ ନ କରି ସବୁ ଆସନରେ ଏକା ଲଢିବାକୁ ନିଷ୍ପତ୍ତି ନେଇଛି। ବଡ଼ ନେତାମାନେ ଯାହା ନିଷ୍ପତ୍ତି ନେବେ, ଆମେ ତାହା ମଧ୍ୟ ଗ୍ରହଣ କରିବୁ। ଆମେ ବିହାରରେ ଏକାକୀ ନିର୍ବାଚନ ଲଢ଼ିବୁ।












Click it and Unblock the Notifications