ଜାତୀୟ ଦଳ ହେଲା ଆମ୍ ଆଦମୀ ପାର୍ଟି, ମାନ୍ୟତା ପ୍ରଦାନ କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ବା ଆପ୍ କୁ ମିଳିଲା ଜାତୀୟ ଦଳର ମାନ୍ୟତା । ନିର୍ବାଚନ୍ ଆୟୋଗ ଆପକୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି । ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଢିଛି ଆମ ଆଦମୀ ପାର୍ଟି । ଅନେକ ରାଜ୍ୟରେ ବିଧାୟକ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ଅନ୍ୟପଟେ ତିନୋଟି ଜାତୀୟ ରାଜନୈତିକ ଦଳ ହରାଇଲେ ମାନ୍ୟତା । ଯଥା ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ବା ଟିଏମସି, ଶରଦ ପାୱାରଙ୍କ ଏନସିପି ହରାଇଲା ଜାତୀୟ ରାଜନୈତିକ ଦଳର ମାନ୍ୟତା । ସେହିପରି ସିପିଆଇ ବି ହରାଇଲା ଜାତୀୟ ଦଳ ମାନ୍ୟତା । ସେହିପରି ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ଏବଂ ରାଷ୍ଟ୍ରୀୟ ଲୋକ ଦଳର ଆଞ୍ଚଳିକ ଦଳ ମାନ୍ୟତା ମଧ୍ୟ ଫେରାଇ ନେଇଛନ୍ତି ।
ସୂଚନାଯୋଗ୍ୟ ଯେ, ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଜାତୀୟ ଓ ଆଞ୍ଚଳିକ ଦଳ ହେବାର ମାନ୍ୟତା ପ୍ରଦାନ କରିଥାନ୍ତି । ସିମ୍ବଲ ଅର୍ଡର ୧୯୬୮ ଅନୁସାରେ ଏହା କରାଯାଇଥାଏ । ନିର୍ବାଚନ ଆୟୋଗ ତରଫରୁ ମିଳିଥିବା ସୂଚନା ମୁତାବକ, ଏହି ଦଳମାନଙ୍କୁ ପୂର୍ବରୁ ରାଷ୍ଟ୍ରୀୟ ଦଳର ମାନ୍ୟତା ପ୍ରଦାନ କରାଯାଇଥିଲା । ହେଲେ ସେମାନେ ଆଶା ଅନୁସାରେ ଭଲ ପ୍ରଦର୍ଶନ କରିପାରି ନାହାଁନ୍ତି ।












Click it and Unblock the Notifications