ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଗୋଟିଏ ମାସ ପରେ ସାମ୍ନାକୁ ଆସିଲା AAIB ଯାଞ୍ଚ ରିପୋର୍ଟ

ବାରାମତୀ ବିମାନ ଦୁର୍ଘଟଣା ଯେଉଁଥିରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଗୋଟିଏ ମାସ ପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ତାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଦୁର୍ଘଟଣା ସମୟରେ କମ୍ ଦୃଶ୍ୟମାନ ଏବଂ ବାରାମତୀ ବିମାନ ଷ୍ଟ୍ରିପରେ ସୁରକ୍ଷା ତ୍ରୁଟିକୁ ମୁଖ୍ୟ କାରଣ ବୋଲି ଚିହ୍ନଟ କରାଯାଇଛି ।

AAIB ଅନୁଯାୟୀ, ଦୁର୍ଘଟଣାଟି ଜରୁରୀକାଳୀନ ଅବତରଣ ସମୟରେ ଘଟିଥିଲା । ଅଜିତ ପାୱାରଙ୍କ ସହିତ ଉଭୟ ପାଇଲଟ, ତାଙ୍କ ସୁରକ୍ଷାକର୍ମୀ ଏବଂ ଜଣେ ବିମାନ ପରିଚାରିକା ମଧ୍ୟ ଏହି ଦୁର୍ଘଟଣାରେ ଆଖି ବୁଜିଥିଲେ । ଚାର୍ଟର୍ଡ ବିମାନଟି ବାରାମତୀ ବିମାନବନ୍ଦରରେ ଦ୍ୱିତୀୟ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ପବନର ସ୍ଥିତି ସ୍ୱାଭିବାକ ଥିଲା ଏବଂ ଦୃଶ୍ୟମାନ ପ୍ରାୟ ୩ କିଲୋମିଟର ଥିଲା ।

ajit pawar

କକପିଟ ଭଏସ ରେକର୍ଡ ଦୁର୍ଘଟଣାର ଠିକ୍ ପୂର୍ବରୁ ଓଃ ସିଟ୍ କରୁଥିବା ରେକର୍ଡ କରିଥିଲା । ସିଭିଆର ତଥ୍ୟ ପାଇଁ ହନିୱେଲ୍ ଠାରୁ ବୈଷୟିକ ସହାୟାତ ଲୋଡାଯାଇଛି । ତଦନ୍ତରେ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ନିଆଯିବ । ଜାତୀୟ ପରିବହନ ସୁରକ୍ଷା ବୋର୍ଡ଼ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଅନୁବନ୍ଧ ୧୩ ଅଧୀନରେ ଜଣେ ସ୍ୱୀକୃତିପ୍ରାପ୍ତ ପ୍ରତିନିଧି ଏବଂ ବୈଷୟିକ ପରାମର୍ଷଦାତାଙ୍କୁ ନିଯୁକ୍ତ କରିଛି ।

ବାରାମତୀ ବିମାନ ଦୁର୍ଘଟଣାରେ କେତେ ବାଟ ପହଞ୍ଚିଲା ତଦନ୍ତ ? ସଲିଡ୍ ଷ୍ଟେଟ୍ ଫ୍ଲାଇଟ୍ ଡାଟା ରେକର୍ଡର (ଏସଏସଏଫଡିଆର)ରୁ ତଥ୍ୟ ଡାଉନଲୋଡ୍ ଏବଂ ବିଶ୍ଳେଷଣ କରାଯାଉଛି । ଯେବେ ସଲିଡ୍ ଷ୍ଟେଟ୍ କକ୍ପିଟ୍ ଭଏସ୍ ରେକର୍ଡରକୁ ତଥ୍ୟ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ସହୟତାରେ ବାହାର କରାଯିବ । ଏଏଆଇବି କହିଛି ଯେ ଦୁର୍ଭାଗ୍ୟବସତଃ ବିମାନ ପରିଚାଳନା କରୁଥିବା କମ୍ପାନୀ ଭିଏସଆର କର୍ମଚାରୀ ଏବଂ ଅନ୍ୟ ବ୍ୟକ୍ତିଙ୍କଠାରୁ ପ୍ରାରମ୍ଭିକ ବୟାନ ରେକର୍ଡ କରିଛି । ଅନ୍ୟାନ ଡକ୍ୟୁମେଣ୍ଟ ଏବଂ ପ୍ରମାଣ ଯାଞ୍ଚ କରାଯାଉଛି । ଭଗ୍ନାବଶେଷକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ବିମାନର ଉଡାଣ, କାର୍ଯ୍ୟ ସୁରକ୍ଷା ସହିତ ଜଡିତ ଦସ୍ତାବିଜ ଜବତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+