AAHAR 2026 - International Food & Hospitality Fair ଏସିଆର ଅଗ୍ରଣୀ ଗ୍ଲୋବାଲ୍ ବ୍ୟବସାୟ ମଞ୍ଚ
ନୂଆଦିଲ୍ଲୀ: ଏସିଆର ଅଗ୍ରଣୀ ଖାଦ୍ୟ ଓ ଆତିଥ୍ୟ ବ୍ୟବସାୟ ମଞ୍ଚ ଭାବେ ପରିଚିତ AAHAR 2026 - International Food & Hospitality Fair ଏବର୍ଷ ତାହାର ୪୦ତମ ସଂସ୍କରଣ ପାଳନ କରୁଛି। ଏହି ମେଳା ଭାରତୀୟ ଉଦ୍ୟମୀମାନଙ୍କୁ ବିଶ୍ୱ ବ୍ୟବସାୟ ସୁଯୋଗ ସହିତ ସଂଯୋଗ କରିବାରେ ଏକ ଶକ୍ତିଶାଳୀ ମଞ୍ଚ ଭାବେ ଉଦ୍ଭାସିତ ହୋଇଛି।

ଏବର୍ଷ ଏହି ମେଳାରେ ୧,୮୦୦ରୁ ଅଧିକ ପ୍ରଦର୍ଶକ ଓ ୧୫୫ ଆନ୍ତର୍ଜାତୀୟ ଅଂଶଗ୍ରାହୀ ଯୋଗଦେଉଛନ୍ତି। ସହିତେ ୧ ଲକ୍ଷରୁ ଅଧିକ ବ୍ୟବସାୟିକ ପରିଦର୍ଶକ ଯୋଗଦେବାର ସମ୍ଭାବନା ରହିଛି, ଯାହା ଏହି ମେଳାକୁ ଭାରତର ଦ୍ରୁତ ବିକାଶଶୀଳ HoReCa (ହୋଟେଲ୍, ରେଷ୍ଟୁରାଣ୍ଟ ଓ କାଫେ) ଖେତ୍ରର ଏକ କେନ୍ଦ୍ରବିନ୍ଦୁରେ ପରିଣତ କରିଛି।
ଏହି ଆୟୋଜନକୁ Ministry of Food Processing Industries ଓ India Trade Promotion Organisation (ITPO) ଯୁକ୍ତଭାବେ ଆୟୋଜନ କରୁଛନ୍ତି। ପ୍ରତିବର୍ଷ ଏହାର ପରିମାଣ ଓ ଗୁରୁତ୍ୱ ବଢ଼ିବା ସହ ଏହା ଭାରତର ସବୁଠାରୁ ବଡ଼ ଖାଦ୍ୟ ଓ ଆତିଥ୍ୟ ପ୍ରଦର୍ଶନୀରେ ପରିଣତ ହୋଇଛି।
ପ୍ରାରମ୍ଭିକ ସମୟରେ ଏହି ମେଳା ମୁଖ୍ୟତଃ ଦେଶୀୟ ଉତ୍ପାଦକ ଓ ରନ୍ଧଣ ଉପକରଣ ପ୍ରଦର୍ଶନୀ ଉପରେ କେନ୍ଦ୍ରିତ ଥିଲା। ବହୁ ବର୍ଷ ଧରି ଏହା Pragati Maidan ରେ ଆୟୋଜିତ ହୋଇଆସୁଥିଲା। ପରେ ଏହି ସ୍ଥାନର ପୁନର୍ବିକାଶ ହୋଇ Bharat Mandapam ରୂପେ ପରିଣତ ହେବା ପରେ ଏହା ଆଧୁନିକ ଓ ବିଶ୍ୱସ୍ତରୀୟ ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜିତ ହେଉଛି।
୨୦୨୬ ସଂସ୍କରଣରେ ଖାଦ୍ୟ ଓ ପାନୀୟ, ବେକେରି ମେସିନରୀ, କିଚେନ୍ ଉପକରଣ, ହସ୍ପିଟାଲିଟି ଟେକ୍ନୋଲୋଜି ଓ ଅନ୍ୟାନ୍ୟ ସେବା ସମ୍ପର୍କିତ ନୂତନ ପ୍ରଡକ୍ଟ ପ୍ରଦର୍ଶିତ ହେଉଛି। ଷ୍ଟାର୍ଟଅପ୍ ଓ MSME ଠାରୁ ଆରମ୍ଭ କରି ବଡ଼ ଆନ୍ତର୍ଜାତୀୟ କମ୍ପାନୀ ପର୍ଯ୍ୟନ୍ତ ବିଭିନ୍ନ ଉଦ୍ୟମ ଏହି ମେଳାରେ ଯୋଗଦେଇଛନ୍ତି।
ଏବର୍ଷ ମେଳାରେ ୧୫୫ ଆନ୍ତର୍ଜାତୀୟ ପ୍ରଦର୍ଶକ ଯୋଗଦେବା ସହ Italy କୁ 'ପାର୍ଟନର୍ କଣ୍ଟ୍ରି' ଭାବେ ଘୋଷଣା କରାଯାଇଛି। ଇଟାଲୀରୁ ପ୍ରିମିୟମ୍ ଖାଦ୍ୟ ପଦାର୍ଥ, ପାକଶାଳ ଦକ୍ଷତା ଓ ଆଧୁନିକ ହସ୍ପିଟାଲିଟି ସମାଧାନ ପ୍ରଦର୍ଶିତ ହେବ।
ଏହି ମେଳାର ଏକ ଆକର୍ଷଣୀୟ ଅଂଶ ହେଉଛି Culinary Art India 2026, ଯେଉଁଠାରେ ଦେଶର ଶୀର୍ଷ ସେଫ୍, ଯୁବ ପେଶାଦାର ଓ ହସ୍ପିଟାଲିଟି ଛାତ୍ରଛାତ୍ରୀମାନେ ନିଜ ପାକଶାଳ ଦକ୍ଷତା ପ୍ରଦର୍ଶନ କରିଥାନ୍ତି। ଏହା ଭାରତୀୟ ପାକଶାଳ କଳାକୁ ଆନ୍ତର୍ଜାତୀୟ ମଞ୍ଚରେ ନୂତନ ପରିଚୟ ଦେଇଆସୁଛି।
ଏହାସହିତ ଏବର୍ଷ ପ୍ରଥମ ଥର ପାଇଁ Hospitality Challenge ନାମରେ ଏକ ନୂତନ ପ୍ରୟାସ ଆରମ୍ଭ ହେଉଛି। ଏହି ପ୍ଲାଟଫର୍ମ ମାଧ୍ୟମରେ ଉଦ୍ୟମୀମାନେ ସ୍ମାର୍ଟ କିଚେନ୍, ସସ୍ଥାୟୀ ପ୍ୟାକେଜିଂ ଓ AI ଆଧାରିତ ହସ୍ପିଟାଲିଟି ପ୍ରବନ୍ଧନ ଭଳି ନୂତନ ଧାରଣା ପ୍ରଦର୍ଶନ କରିପାରିବେ।
ସମଗ୍ର ଭାବେ AAHAR 2026 - International Food & Hospitality Fair ଭାରତର ଖାଦ୍ୟ ଓ ଆତିଥ୍ୟ ଶିଳ୍ପରେ ନୂତନ ବ୍ୟବସାୟ ସୁଯୋଗ, ନବୀନତା ଓ ଆନ୍ତର୍ଜାତୀୟ ସହଯୋଗକୁ ଆଗକୁ ବଢ଼ାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବ।












Click it and Unblock the Notifications