ଖାଦ୍ୟ ଓ ଆତିଥ୍ୟ ଖେତ୍ରରେ ବଡ଼ ମଞ୍ଚ: AAHAR 2026 - International Food & Hospitality Fair
ନୂଆଦିଲ୍ଲୀ: ଦେଶର ଖାଦ୍ୟ ବ୍ୟବସାୟ ଖେତ୍ର ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ବେଳେ ଉଦ୍ୟମୀମାନଙ୍କ ପାଇଁ ଏବେ ସ୍ଥାନୀୟ ମାର୍କେଟ୍ରୁ ଜାତୀୟ ସ୍ତରକୁ ବିସ୍ତାର କରିବାର ଅନେକ ସୁଯୋଗ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷିତରେ AAHAR 2026 - International Food & Hospitality Fair ଉଦ୍ୟମୀମାନଙ୍କ ପାଇଁ ଏକ ବଡ଼ ମଞ୍ଚ ହିସାବରେ ପ୍ରକାଶ ପାଇବାକୁ ଯାଉଛି।

ଏହି ଆନ୍ତର୍ଜାତୀୟ ଖାଦ୍ୟ ଓ ଆତିଥ୍ୟ ମେଳା ମାର୍ଚ୍ଚ 10ରୁ 14 ପର୍ଯ୍ୟନ୍ତ Bharat Mandapam, ନୂଆଦିଲ୍ଲୀରେ ଆୟୋଜିତ ହେବ। ଖାଦ୍ୟ ପ୍ରସ୍ତୁତି, ହୋଟେଲ୍ ଓ ରେଷ୍ଟୁରାଣ୍ଟ ବ୍ୟବସାୟ ସହିତ ସଂପୃକ୍ତ ଉଦ୍ୟମୀମାନଙ୍କ ପାଇଁ ଏହା ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବସର ବୋଲି ମନେ କରାଯାଉଛି।
ଏହି ମେଳାକୁ Ministry of Food Processing Industries ଓ India Trade Promotion Organisation (ଆଇଟିପିଓ) ଯୁକ୍ତଭାବେ ଆୟୋଜନ କରୁଛନ୍ତି। ଏହା ଆହାର ମେଳାର 40ତମ ସଂସ୍କରଣ ଓ ଦେଶର ରାଜଧାନୀର ଏକ ପ୍ରମୁଖ ବ୍ୟବସାୟିକ ଆୟୋଜନ ଭାବେ ପରିଚିତ।
ଏହି ମେଳାରେ 1,800ରୁ ଅଧିକ ପ୍ରଦର୍ଶକ ଯୋଗଦେବା ସହ 1 ଲକ୍ଷରୁ ଅଧିକ ବ୍ୟବସାୟିକ ପରିଦର୍ଶକ ଯୋଗଦେବାର ଆଶା ରହିଛି। ଏହା ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତି କମ୍ପାନୀ, ଓର୍ଗାନିକ୍ ଉତ୍ପାଦ ଉତ୍ପାଦକ ଓ ମସଲା ନିର୍ମାତାମାନେ ନିଜ ଉତ୍ପାଦକୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ପ୍ରଚାର କରିପାରିବେ।
ଏହି ମେଳାର ଆଉ ଏକ ବିଶେଷତା ହେଉଛି 'Buyer-Seller Meet' (BSM), ଯାହା ମାଧ୍ୟମରେ ବିକ୍ରେତାମାନେ ସିଧାସଳଖ ଭାବରେ ଆନ୍ତର୍ଜାତୀୟ ଆମଦାନିକାରୀ ଓ ବଡ଼ ରିଟେଲ୍ ଚେନ୍ ସହ ଆଲୋଚନା କରିପାରିବେ। ଏହା ଉଦ୍ୟମୀମାନଙ୍କୁ ନୂତନ ବ୍ୟବସାୟିକ ସମ୍ପର୍କ ଗଢ଼ିବା ସହ ବଡ଼ ଚୁକ୍ତି ହାସଲ କରିବାର ସୁଯୋଗ ଦେବ।
ଏହା ସହିତ, ହୋଟେଲ୍, ରେଷ୍ଟୁରାଣ୍ଟ ଓ କାଫେ (HoReCa) ଖେତ୍ରର କ୍ରୟ ଅଧିକାରୀମାନେ ମଧ୍ୟ ଏହି ମେଳାରେ ଯୋଗଦେଇ ନୂତନ ଓ ଅଲଗା ସ୍ୱାଦର ଖାଦ୍ୟ ଉତ୍ପାଦ ଖୋଜିବେ।
ସମଗ୍ର ଭାବେ, AAHAR 2026 - International Food & Hospitality Fair ଦେଶର ଖାଦ୍ୟ ଓ ଆତିଥ୍ୟ ବ୍ୟବସାୟକୁ ନୂତନ ଗତି ଦେବା ସହ ଉଦ୍ୟମୀମାନଙ୍କ ପାଇଁ ବ୍ୟବସାୟ ବିସ୍ତାରର ଏକ ବଡ଼ ପ୍ଲାଟଫର୍ମ ହେବ ବୋଲି ଆଶା କରାଯାଉଛି।












Click it and Unblock the Notifications