ଏହି ଆସନରୁ ବିଜୟ ହାସଲ କଲେ ଆଦିତ୍ୟ ଠାକରେ
ଆଦିତ୍ୟ ଠାକରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୱର୍ଲିରୁ ଜିତିଥିବା ବେଳେ ଡେବ୍ୟୁଟାଣ୍ଟ ଅମିତଙ୍କୁ ଲଜ୍ଜାଜନକ ପରାଜୟବରଣ କରିବାକୁ ପଡ଼ିଛି। ସେ ତୃତୀୟ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି। ଆଦିତ୍ୟ ହେଉଛନ୍ତି ଉଦ୍ଧବ ଠାକରେଙ୍କ ପୁଅ। ତାଙ୍କର ଲଢ଼େଇ କଂଗ୍ରେସ ଛାଡ଼ି ଶିବସେନାରେ ମିଶିଥିବା ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରାଙ୍କ ସହ ହୋଇଥିଲା।
ରାଜ ଠାକରେଙ୍କ ପୁଅ ଅମିତ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ତାଙ୍କୁ ସମର୍ଥନ ଘୋଷଣା କରିଥିଲା। ତଥାପି ସେ ପରାସ୍ତ ହୋଇଛନ୍ତି। ବିଜୟ ପାଇଁ ଆଦିତ୍ୟ ଦାଦା ରାଜ ଠାକରେଙ୍କୁ ଧନ୍ୟବାଦ ଦେଇପାରନ୍ତି। ସେହିପରି ଅମିତ ବଡ଼ ବାପା ଉଦ୍ଧବଙ୍କୁ ପରାଜୟ ପାଇଁ ଦାୟୀ କରିପାରନ୍ତି। ଏକଦା ଓର୍ଲି ଓ ମହିମ ଅବିଭାଜିତ ଶିବସେନାର ଗଡ଼ ଭାବେ ପରିଚିତ ଥିଲା। କିନ୍ତୁ ବିଭାଜନ ପରେ ଏଠାରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ଏଥିଯୋଗୁ ଭୋଟ ବିଭାଜନ ମଧ୍ୟ ହୋଇଛି।

ୱର୍ଲିରେ ଆଦିତ୍ୟଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ମିଲିନ୍ଦ। ରାଜନୀତିକ ପଣ୍ଡିତମାନେ ମଧ୍ୟ ମିଲିନ୍ଦ ଏଠାରେ ଜିତିବେ ବୋଲି କହିଥିଲେ। ହେଲେ ୨୦୧୯ରେ ଏଠାରେ ୭୨.୭% ଭୋଟ ପାଇଥିବା ଆଦିତ୍ୟ ପୁଣି ବିଜୟ ବାନା ଉଡ଼ାଇଛନ୍ତି। ସେ ପ୍ରାୟ ୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ଜଣାପଡ଼ିଛି।












Click it and Unblock the Notifications