ଶେଷ ହେଲା ପାନ୍-ଅଧାର ଲିଙ୍କ୍ ଅବଧି: ଭୁଲି ଯାଇଛନ୍ତି କି ଲିଙ୍କ କରାଇବା ପାଇଁ ? ତେବେ ଆପଣାନ୍ତୁ ଏହି ଉପାୟ...
Aadhaar-PAN Link: ଶେଷ ହେଲା ପାନ୍-ଅଧାର ଲିଙ୍କ୍ ଅବଧି । ୨୦୨୩ ଜୁନ୍ ୩୦ ତାରିଖ ଥିଲା ପାନ୍-ଅଧାର ଲିଙ୍କ୍ କରିବାର ଶେଷ ତାରିଖ । ଆପଣ ଭୁଲି ଯାଇଛନ୍ତି କି ଲିଙ୍କ କରାଇବା ପାଇଁ ? ଯଦି ଭୁଲି ଯାଇଛନ୍ତି । ତେବେ ବ୍ୟସ୍ତ ହେବାର କିଛି ନାହିଁ ।
କାରଣ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସମୟସୀମା ଶେଷ ହୋଇଛି ସତ । ହେଲେ ଆପଣ ଏହାକୁ ନେଇ ସେପରି କଛି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଉଛି । ଯଦି ଆପଣଙ୍କ PAN କାର୍ଯ୍ୟକ୍ଷମ ହେଉନାହିଁ, ତେବେ ଆପଣଙ୍କ PAN ପାଇଁ ଏକ ଛୋଟିଆ କାମ କରିବାକୁ ପଡ଼ିବ । ୧୦୦୦ ଟଙ୍କା ଦେୟ ପରେ ଏହା ପୁନର୍ବାର ୩୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।

ଏଥିସହ ଆୟକର ବିଭାଗ ଶୁକ୍ରବାର ଆଧାର-ପାନ୍ ଲିଙ୍କ୍ ଉପରେ ସ୍ପଷ୍ଟୀକରଣ ଜାରି କରିଛି । ଏହା ଅନୁଯାୟୀ ଯେଉଁମାନେ ଆଧାର-ପାନ୍ ଲିଙ୍କ୍ କରିବା ପାଇଁ ଏକ ଜରିମାନା ପୈଠ କରିସାରିଛନ୍ତି । କିନ୍ତୁ ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ଲିଙ୍କ୍ ହୋଇପାରି ନାହିଁ । ଏପରି ସ୍ଥଳରେ ଆପଣଙ୍କ ପାନ୍ କାର୍ଯ୍ୟକ୍ଷମ ନ ହେବା ପୂର୍ବରୁ ଆୟକର ବିଭାଗ ଦ୍ୱାରା ଏହି ମାମଲା ବିଚାର କରାଯିବ ।
ଲିଙ୍କ୍ କରିବା ପାଇଁ କିପରି ଦେବେ ଜରିମାନା ?
ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (NSDL) ପୋର୍ଟାଲରେ ଚ୍ୟାଲେନ୍ ନମ୍ବର ITNS 280 ଅଧୀନରେ ମେଜର ହେଡ୍ 0021 (କମ୍ପାନୀ ବ୍ୟତୀତ ଆୟକର) ଏବଂ ମାଇନର୍ ହେଡ୍ 500 (ଅନ୍ୟାନ୍ୟ ରସିଦ) ସହିତ ଏହି ଅର୍ଥ ପ୍ରଦାନ କରାଯାଇ ପାରିବ ।
ଲିଙ୍କ୍ ନ ହେଲେ କ'ଣ ଅସୁବିଧା ହେବ ?
ଆପଣ ଆଧାର-ପାନ୍ ଲିଙ୍କ୍ ନକରି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ନାହିଁ । ପାନ୍ ଏବଂ ଆଧାର ଲିଙ୍କ୍ ନହେବା ପର୍ଯ୍ୟନ୍ତ ବିଭାଗ ରିଟର୍ଣ୍ଣ ପ୍ରକ୍ରିୟାକରଣ କରିବ ନାହିଁ । ଏହା ମଧ୍ୟ ଏକ ବ୍ୟକ୍ତିର KYC ଅସମ୍ପୂର୍ଣ୍ଣ ହେବ କାରଣ PY କାର୍ଡ KYC ସମାପ୍ତି ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ । ଏହା ପରବର୍ତ୍ତୀ ସମୟରେ ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ ସଞ୍ଚୟକୁ ପ୍ରଭାବିତ କରିବ । ଏହା ସହିତ, ଯଦି ବ୍ୟକ୍ତି 10,000 ରୁ ଅଧିକ ସଞ୍ଚୟ ଉପରେ ସୁଧ ଅର୍ଜନ କରନ୍ତି, ତେବେ ଉତ୍ସ (TDS) ହାରରେ କଟାଯାଇଥିବା ଟ୍ୟାକ୍ସ 20 ପ୍ରତିଶତ ହେବ । କାରଣ ପ୍ୟାନ କାର୍ଡ ବିନା ବ୍ୟାଙ୍କ ଆକାଉଣ୍ଟରେ ଆଦାୟ କରାଯାଉଥିବା TDS ଦ୍ୱିଗୁଣିତ ହେବ ।












Click it and Unblock the Notifications