ଆଧାର ନାଗରିକତାର ପ୍ରମାଣପତ୍ର ନୁହେଁ;ସୁପ୍ରିମକୋର୍ଟ
ବିହାର ଭୋଟର ତାଲିକା ସଂଶୋଧନ ପ୍ରକିୟାକୁ ନେଇ ଆଜି ବଡ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଆବେଦନ ଉପରେ ଶୁଣାଣୀ କରି ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହ କୋର୍ଟ କହିଛନ୍ତି ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ବିସ୍ତୃତ ସଂଶୋଧନ-ଏସଆଇଆର ପ୍ରକ୍ରିୟାରେ ଆଧାର କାର୍ଡକୁ ବାସିନ୍ଦା ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଏହି ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ସହ ସୁପ୍ରିମକୋର୍ଟ ଏକମତ ହୋଇଛନ୍ତି ।
ମଙ୍ଗଳବାର ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ SIR କରାଇବା ସମ୍ପର୍କିତ ବିବାଦର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ଏହି ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଆଧାରକୁ ଚୂଡ଼ାନ୍ତ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ, ଏହାର ଯାଞ୍ଚ ଜରୁରୀ।













Click it and Unblock the Notifications