Get Updates
Get notified of breaking news, exclusive insights, and must-see stories!

ଆଧାର କାର୍ଡ଼ ଅପଡେଟକୁ ନେଇ ସରକାର ନେଲେ ବଡ଼ ନିଷ୍ପତ୍ତି,

କେନ୍ଦ୍ର ସରକାର ଆଧାର କାର୍ଡ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ପିଲା ଏବଂ କିଶୋରମାନଙ୍କ ପାଇଁ ନୂତନ ପଞ୍ଜୀକରଣ କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଏହା କେବଳ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପାଇଁ ଉଦ୍ଧିଷ୍ଟ । ଯାହାକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମ ବର୍ଗ ପାଞ୍ଚରୁ ସାତ ବର୍ଷ ବୟସର ପିଲାମାନଙ୍କ ପାଇଁ ଏବଂ ଦ୍ୱିତୀୟ ବର୍ଗ ୧୫ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ । ପ୍ରକୃତରେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଏକ ଶିଶୁ ଆଧାର କାର୍ଡ ଜାରି କରାଯାଇଥାଏ, ଯାହାକୁ ପାଞ୍ଚ ବର୍ଷ ପରେ ଅପଡେଟ କରାଯାଏ । ତେବେ ଏହି ଅପଡେଟ୍ କିମ୍ବା ନୂଆ ଆବେଦନ ପାଇଁ ଏକ ଶୁଳ୍କ ଦେବାକୁ ପଡୁଥିଲା, ଯାହାକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ସରକାର ।

Aadhaar Card-

ଶିଶୁ ଆଧାର କାର୍ଡ ନୀଳ ରଙ୍ଗର ହୋଇଥାଏ । ଏହା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯାଇଥାଏ । ଏଥିରେ ପିଲାମାନଙ୍କ ବାୟୋମେଟ୍ରିକ୍ସ ନିଆଯାଏ ନାହିଁ, କେବଳ ସେମାନଙ୍କର ଫଟୋ ଏବଂ ପିତାମାତାଙ୍କ ମଧ୍ୟରୁ ଜଣଙ୍କର ଆଧାର କାର୍ଡ ଉପରେ ଆଧାର କରି ଜାରି କରାଯାଏ । ତେବେ ଯେତେବେଳେ ପିଲାମାନଙ୍କୁ ପାଞ୍ଚ ବର୍ଷ ବୟସ ହୁଏ, ସେତେବେଳେ ସେମାନଙ୍କର ଆଧାର କାର୍ଡ ଅପଡେଟ୍ କରିବାକୁ ପଡ଼ିଥାଏ ।

ପାଞ୍ଚ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଏକ ଆଇରିସ୍ ସ୍କାନ ଏବଂ ଆଙ୍ଗୁଠି ଛାପ ନିଆଯାଏ, ଯାହାର ଅର୍ଥ ହେଉଛି ସେମାନଙ୍କର ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରାଯାଏ । ଏହି ପ୍ରକ୍ରିୟାରେ ପୁଣି ଏକ ଫଟୋ ଉଠାଇବା ମଧ୍ୟ ବାଧ୍ୟତାମୂଳକ ।ଏହାପରେ ସେମାନଙ୍କର ପୂର୍ଣ୍ଣାଙ୍ଗ ଆଧାର କାର୍ଡ ମିଳିଥାଏ । ପୂର୍ବରୁ ଏହି ଅପଡେଟ କରିବା ପାଇଁ କିଛି ଶୁଳ୍କ ଦେବାକୁ ପଡୁଥିବା ବେଳେ ବର୍ତ୍ତମାନ ସରକାର ଏହାକୁ ସମ୍ପୂର୍ଣ୍ଣ ମାଗଣା କରିଛନ୍ତି । ଏହାସହ ୧୫ରୁ ୧୭ ବର୍ଷ ବୟସର ପିଲାମାନେ ମଧ୍ୟ ଏହି ସୁବିଧାର ଲାଭ ଉଠାଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+