ବିଜୟଙ୍କ ରାଲିରେ ଅଘଟଣ,ଟଳି ପଡ଼ିଲେ ଯୁବକ
ଅଭିନେତା ବିଜୟଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ)ର ରାଲିରେ ଯୋଗ ଦେଇଥିବା ଜଣେ ଯୁବକର ହୃଦ୍ଘାତରେ ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ସୂରଜ୍ (୩୭)। ସୂରଜ ରାଲିରେ ଯୋଗ ଦେଇଥିବାବେଳେ ହଠାତ୍ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଶୁକ୍ରବାର ସାଲେମ୍ରେ ଅନୁଷ୍ଠିତ ଦଳର ଏହି ରାଲିରେ ବିଜୟ ଯୋଗ ଦେଇଥିଲେ। ବିଜୟ ଶାସକ ଡିଏମ୍କେ ଓ ବିରୋଧୀ ଦଳ ଏଆଇଏଡିଏମ୍କେକୁ ସମାଲୋଚନା କରିଥିଲେ। ଗତବର୍ଷ ସେପ୍ଟେମ୍ବରରେ ଟିଭିକେ ରାଲିରେ ଦଳଚକଟା ହୋଇ ୪୦ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଆଜିର ଘଟଣା ଏହାକୁ ପୁଣିଥରେ ଉଜ୍ଜୀବିତ କରିଛି।












Click it and Unblock the Notifications