ଯୁବକଙ୍କ ଉପରକୁ ଆଖି ବୁଜା ଗୁଳିମାଡ, ଜଣେ ମୃତ
ଦିଲ୍ଲୀର ଏକ ଜିମ୍ ବାହାରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାସ୍ତାକଡ଼ରେ ଛିଡ଼ା ହୋଇ କଥା ହେଉଥିବା ସମୟରେ ଜଣେ ବ୍ୟକ୍ତି ଆସି ଆଖିବୁଜା ଗୁଳିମାଡ଼ କରିଥିଲେ। ଗ୍ୟାଙ୍ଗ୍ ୱାର କାରଣରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନାଦିର ଶାହ ନାମକ ଜଣେ ବ୍ୟକ୍ତିଙ୍କୁ 11 ରାଉଣ୍ଡ ଗୁଳି କରିଥିଲେ। ଏଥିରୁ 8ଟି ଗୁଳି ତାଙ୍କ ଦେହରେ ବାଜିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ହତ୍ୟାକାଣ୍ଡ ପାଇଁ ଗ୍ୟଙ୍ଗଷ୍ଟର ରୋହିତ ଗୋଦରା ନିଜକୁ ଦାୟୀ କରିଛି। ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ନିଜକୁ ଦାୟୀ କରିଛି ରୋହିତ ଗୋଦରା। ସେ ଗୋଲ୍ଡି ବ୍ରାର ଏବଂ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସହଯୋଗୀ। ଗୋଦରା ମଧ୍ୟ କାନାଡାରେ ପଞ୍ଜାବୀ ଗାୟକ ଏପି ଧିଲନଙ୍କ ଘରେ ହୋଇଥିବା ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଥିଲା।












Click it and Unblock the Notifications