ବିରିୟାନି ଖାଇ ଯୁବତୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ବିରିୟାନି ଖାଇ ଯୁବତୀଙ୍କ ମୃତ୍ୟୁ,
କେରଳ: କେରଳରେ ବିରିୟାନି ଖାଇ ୨୦ ବର୍ଷ ଯୁବତୀଙ୍କ ମୃତ୍ୟୁ । ଡିସେମ୍ବର ୩୧ ତାରିଖ ଦିନ ଯୁବତୀ ଜଣକ ସ୍ଥାନୀୟ ହୋଟେଲରୁ ଅନଲାଇନ୍ ବିରିୟାନି ଅର୍ଡର କରିଥିଲେ ଯାହାକୁ ଖାଇବା ପରେ ଯୁବତୀଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ଫୁଡ୍ ପଏଜନିଂରୁ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ପୋଲିସ କହିଛି ଯେ, ମୃତକଙ୍କ ପିତାମାତାଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି । ଏଥି ସହିତ ଫରେନସିକ୍ ରିପୋର୍ଟ ଆଧାରରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖାଦ୍ୟ ବିଷାକ୍ତ ହେବା ପରେ ଯୁବତୀ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ଡାକ୍ତରମାନେ ତାଙ୍କୁ କର୍ଣ୍ଣାଟକର ବେଙ୍ଗାଲୁରୁର ଅନ୍ୟ ଏକ ଡାକ୍ତରଖାନାକୁ ପଠାଇଥିଲେ ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ Veena George ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ସୁରକ୍ଷା କମିଶନରଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅଭିଯୁକ୍ତ ହୋଟେଲର ଲାଇସେନ୍ସ ବାତିଲ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।












Click it and Unblock the Notifications