ବିମାନରେ ମହିଳାଙ୍କୁ ଯୌନ ଉତ୍ପୀଡନ , ରୁଜୁ ହେଲେ ମାମଲା

ଏୟାର ଇଣ୍ଡିଆର ଦିଲ୍ଲୀରୁ ଗୋଆ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ବୁଧବାର ଖବର ସାମ୍ନାକୁ ଆସିବା ସହ ଏନେଇ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ନିବାସୀ ଜଣେ ମହିଳା ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ବିମାନରେ ଜଣେ ପୁରୁଷ ଯାତ୍ରୀ ଯୌନ ଉତ୍ପୀଡନ କରିଛନ୍ତି । ମହିଳା ଯାତ୍ରୀଙ୍କ ଅଭିଯୋଗ ପରେ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Air India flight

ଅଭିଯୋଗ ଅନୁଯାୟୀ, ଦିଲ୍ଲୀର ଜନକପୁରୀ ନିବାସୀ ଜଣେ ମହିଳା ମଙ୍ଗଳବାରରେ ଏୟାର ଇଣ୍ଡିଆର ଦିଲ୍ଲୀରୁ ଗୋଆ ଫ୍ଲାଇଟ୍‌ରେ ଯାତ୍ରା କରୁଥିଲେ । ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ଦିନ ୧ଟା ୨୦ ମଧ୍ୟରେ ବିମାନରେ ତାଙ୍କ ନିକଟ ସିଟ୍‌ରେ ବସିଥିବା ଜଣେ ପୁରୁଷ ଯାତ୍ରୀ ଖରାପ ବ୍ୟବହାର କରିଥିଲେ । ବିମାନଟି ଦକ୍ଷିଣ ଗୋଆର ଡାବୋଲିମ୍ ସ୍ଥିତ ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ମହିଳା ଜଣକ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଡାବୋଲିମ୍ ବିମାନବନ୍ଦର ପୁଲିସ ଯୁବକଙ୍କୁ ଗିରଫ କରିଥିଲା। ପୁଲିସ କହିଛି ଯେ ଅଭିଯୁକ୍ତ ଯୁବକ ହରିୟାଣାର ପାନିପତ୍‌ ନିବାସୀ ଜିତେନ୍ଦର ଜାଙ୍ଗିଆନ ବୋଲି ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+