ଭୂପୃଷ୍ଠରୁ ୩ ହଜାର ଫୁଟ ତଳେ ଏପରି ଏକ ଗାଁ ଅଛି, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ
ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସମ୍ପୂର୍ଣ ସତ। ଦୁନିଆରେ ଏଭଳି ଏକ ଗାଁ ଅଛି, ଯାହା ଭୂପୃଷ୍ଠରୁ ପ୍ରାୟ ୩ହଜାର ଫୁଟ୍ ତଳେ ଅବସ୍ଥିତ। ଆଡ୍ଭେଞ୍ଚର୍ ପ୍ରତି ରୁଚି ରଖୁଥିବା ଲୋକେ ଏ ଗାଁକୁ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି। ଆମେରିକାର ପ୍ରସିଦ୍ଧ ଗ୍ରାଣ୍ଡ୍ କ୍ୟାନିଅନ୍ ନିକଟରେ ସ୍ଥିତ ହବାସୁ କ୍ୟାନିୟନ୍ରେ ସୁପାଇ ନାମକ ଗାଁ ରହିଛି।
ଏହି ଗାଁ ଭୂଇଁ ତଳେ ଅବସ୍ଥିତ। ଏହାକୁ ଦେଖିବାକୁ ପ୍ରତିବର୍ଷ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ହବାସୁ କ୍ୟାନିଅନ୍ ନିକଟରେ ଏକ ବିଶାଳ ଗାତ ରହିଛି । ତା'ରି ଭିତରକୁ ପ୍ରବେଶ କଲେ ଗାଁର ରୂପରେଖ ଦେଖୁବାକୁ ମିଳେ। ଗାଁର ଜନସଂଖ୍ୟା ମାତ୍ର ୨୦୮ । ବାହାର ଦୁନିଆ ସହ ଗାଁର ଆଦୌ ସମ୍ପର୍କ ନାହିଁ ।

ଗାଁରେ ରେଡ୍ଇଣ୍ଡିଆନ୍ ରହୁଥିବା ସୂତ୍ରରୁ ଜଣାପଡ଼ିଛି । ଯେଉଁମାନେ ଆମେରିକାର ମୂଳ ନିବାସୀ ଭାବେ ପରିଚିତ। ଗାଁରେ ଆବଶ୍ୟକୀୟ ସାମଗ୍ରୀ ସୀମିତ ହୋଇରହିଛି। ଆଧୁନିକ ଯୁଗ ସହ ଗାଁର କୌଣସି ସ୍ପର୍ଶ ନାହିଁ। ତେବେ ଏ ଗାଁକୁ ପ୍ରବେଶ କରିବାକୁ କଠିନରୁ ଅତି କଠିନ ଯାତ୍ରା କରିବାକୁ ପଡ଼ିଥାଏ ।












Click it and Unblock the Notifications