ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ, ରାହୁଲ୍ ଗାନ୍ଧୀଙ୍କୁ କହିଲେ ସୁପ୍ରିମକୋର୍ଟ

ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ।" ଶୁଣାଣି ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏଭଳି କହିଲେ ସୁପ୍ରିମକୋର୍ଟ। 'ଭାରତ ଯୋଡୋ ଯାତ୍ରା' ସମୟରେ ରାହୁଲ କରିଥିବା ଦାବିକୁ ନେଇ ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଥିବା ଜଣାଯାଇଛି। ରାହୁଲ 'ଭାରତ ଯୋଡୋ ଯାତ୍ରା' ସମୟରେ କହିଥିଲେ ଯେ, "ଚୀନ୍ ଭାରତର ୨ହଜାର କିଲୋମିଟର ଅଞ୍ଚଳ ଅକ୍ତିଆର କରିନେଇଛି।" ଏଭଳି ଦାବିକୁ ନେଇ ଆଜି ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବା ସହ ଜଣେ ପ୍ରକୃତ ଭାରତୀୟ ଏଭଳି ମନ୍ତବ୍ୟ ଦେବେ ନାହିଁ ବୋଲି କହିଛନ୍ତି।

Rahul Gandhi

'ଭାରତ ଯୋଡୋ ଯାତ୍ରା' ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ, "ମୁଁ ଭାବୁଛି ଚୀନ୍ ସହିତ ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ସେମାନଙ୍କ ସହିତ ଦୃଢ଼ତାର ସହିତ ମୁକାବିଲା କରିବା। ସରକାର ଏହା ସ୍ପଷ୍ଟ ଭାବରେ କହିବା ଉଚିତ୍ ଯେ, ଚୀନ୍ ଆମ ଭୂମିରେ ବସିଛି। ଭାରତର ପ୍ରଧାନମନ୍ତ୍ରୀ ଦେଶର ଏକମାତ୍ର ବ୍ୟକ୍ତି ଯିଏ ଏହି ଧାରଣାରେ ଅଛନ୍ତି ଯେ, ଚୀନ୍ ଭାରତର କୌଣସି ଭୂମି ଦଖଲ କରିନାହିଁ। ମୁଁ ନିକଟରେ କିଛି ପୂର୍ବତନ ସୈନିକଙ୍କୁ ଓ ଲଦାଖର ଏକ ପ୍ରତିନିଧିମଣ୍ଡଳୀକୁ ଭେଟିଥିଲି, ଯେଉଁମାନେ ସ୍ପଷ୍ଟ ଭାବରେ କହିଥିଲେ ଯେ ଆମର ଭାରତୀୟ କ୍ଷେତ୍ରର ୨୦୦୦ କିଲୋମିଟର ଚୀନ୍ ଦ୍ୱାରା ଦଖଲ କରାଯାଇଛି।"

ତାଙ୍କର ଏଭଳି ବୟାନ ପରେ ଉଦୟ ଶଙ୍କର ଶ୍ରୀବାସ୍ତବ ଅଭିଯୋଗ କରିଥିଲେ ଯେ, 'ଭାରତ ଯୋଡୋ ଯାତ୍ରା' ସମୟରେ, ଚୀନ୍ ସହିତ ସୀମା ବିବାଦକୁ ନେଇ ଗାନ୍ଧୀ ଭାରତୀୟ ସେନା ବିରୋଧରେ ଅନେକ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏଭଳି ଅଭି‌ଯୋଗ ପରେ ମାମଲାଟି ମନ୍ଦ ଉଦ୍ଦେଶ୍ୟ ରଖି ଦାୟର କରାଯାଇଥିବା ଦାବି କରି ଏହାକୁ ଖାରଜ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ରାହୁଲ। ହେଲେ ସେଠାରେ ତାଙ୍କ ଆବେଦନକୁ ଖାରଜ କରାଯିବା ପରେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଆଜି ଏହାର ଶୁଣାଣି କରି କୋର୍ଟ ରାହୁଲଙ୍କ ମନ୍ତବ୍ୟକୁ ଭର୍ସନା କରିଛନ୍ତି।

ତେବେ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାର ଏବଂ ଅଭିଯୋଗକାରୀଙ୍କୁ ନୋଟିସ ଜାରି କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେଇ ସୁପ୍ରିମକୋର୍ଟ ନିମ୍ନ ଅଦାଲତରେ ମାନହାନି ମାମଲାର ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ଏବଂ ୩ସପ୍ତାହ ପରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+