Get Updates
Get notified of breaking news, exclusive insights, and must-see stories!

ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ରାଜସ୍ଥାନର ଭରତପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘନ କୁହୁଡ଼ି ଯୋଗୁଁ ସ୍ଲିପର ବସ୍ ଏକ ଟ୍ରେଲର ସହିତ ଧକ୍କା ହେବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଯାହା ଫଳରେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୫ ଜଣଙ୍କର ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଆଜି ସକାଳେ ଭରତପୁର ଜିଲ୍ଲାର ଆଗ୍ରା-ଜୟପୁର ନ୍ୟାସନାଲ ହାଇୱେ ଏହି ଦୁର୍ଘଟଣା ଘଟିଛି । କାସଗଞ୍ଜରୁ ଜୟପୁର ଯାଉଥିବା ଏକ ସ୍ଲିପର ବସ୍ ସେବାର ଥାନା ଅଞ୍ଚଳର ଲୁଧାୱାଇ କଲଭର୍ଟ ନିକଟରେ ପଛରୁ ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୫ ଜଣଙ୍କର ଗୁରୁତର ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସାମ୍ନା ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ । ସମସ୍ତ ଆହତଙ୍କୁ ତୁରନ୍ତ ଜିଲ୍ଲା ଆରବିଏମ ହସ୍ପିଟାଲକୁ ପଠାଯାଇଥିଲା । ଏଥିସହ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ପରବର୍ତ୍ତୀ ସମୟରେ ଏହି ପ୍ରକ୍ରିୟା କରାଯିବ ।

road accidenta

ଅନ୍ୟପଟେ ଜିଲ୍ଲା କଲେକ୍ଟର କମର ଚୌଧୁରୀ ଏବଂ ଜିଲ୍ଲା ପୋଲିସ ଅଧୀକ୍ଷକ ଦିଗନ୍ତ ଆନନ୍ଦ ନ୍ୟାସନାଲ ହାଇୱେର ଲୁଧାୱାଇ ନିକଟରେ ବସ୍ ଏବଂ ଟ୍ରଲି ଦୁର୍ଘଟଣାସ୍ଥଳ ଯାଞ୍ଚ କରିଥିଲେ । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଏବଂ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେମାନେ ଘଟଣାସ୍ଥଳ ଯାଞ୍ଚ କରି ବସ୍ ଏବଂ ଟ୍ରଲିକୁ ରାସ୍ତାରୁ ହଟାଇ ଦେଇଥିଲେ । ଏହା ସହିତ ଡାକ୍ତରଖାନାରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଦଳ ନିୟୋଜିତ କରାଯାଇଥିଲା ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+