ଦିଲ୍ଲୀରେ ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଶିଶୁ ମୃତ ଅନେକଙ୍କ ଅବସ୍ଥା ଗୁରୁତର
ଦିଲ୍ଲୀରେ ଏକ ଡାକ୍ତର ଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ସେହିଭଳି ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାନୁଯାୟୀ, ଶନିବାର ରାତି ସାଢ଼େ ୧୧ଟାରେ ବିବେକ ବିହାରରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ପିସିଆର୍କୁ ଫୋନ୍ କଲ ଆସିଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଏଥିରେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଜଣଙ୍କୁ ଭେଣ୍ଟିଲେଟର୍ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୪ ନବଜାତ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଇଷ୍ଟ ଦିଲ୍ଲୀ ଆଡଭାନ୍ସଡ କେୟାର ହସ୍ପିଟାଲର ଏନ୍ଆଇସିୟୁରେ ଭର୍ତ୍ତି କରାଯାଇଛି।
ତେବେ ଏହ ଶିଶୁ ଡାକ୍ତରଖାନାରେ ହଠାତ୍ କିଭଳି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ସଟ୍ ସର୍କିଟ ଯୋଗୁ ଏହି ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।












Click it and Unblock the Notifications