ମୁମ୍ବାଇରେ ୨ଟି ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ତ, ଜଳିଗଲା ୨୦ ଦୋକାନ
ମୁମ୍ବାଇର ମାଲାଡ ଅଞ୍ଚଳର ଆପା ପଡା ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୨୦ ଦୋକାନ

ମୁମ୍ବାଇ: ମୁମ୍ବାଇର ମାଲାଡ ଅଞ୍ଚଳର ଆପା ପଡା ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସଂଧ୍ୟା ୫ଟାରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଦଳକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଆଜି ମୁମ୍ବାଇରେ ଅଗ୍ନିକାଣ୍ଡର ଏହା ଦ୍ୱିତୀୟ ଘଟଣା ।
ତେବେ ବସ୍ତିରେ ନିଆଁ ଲାଗିବାର କାରଣ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ବୋଲି କୁହାଯାଉଛି। ମାଲାଡର ଆନନ୍ଦ ନାଗର ବସ୍ତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥି ସହିତ, ପୂର୍ବରୁ ମୁମ୍ବାଇର ଓଶିୱାରା ଅଞ୍ଚଳର ବଜାରରେ ଅଗ୍ନିକାଣ୍ଡ ଘଟିଥିବା ନେଇ ମଧ୍ୟ ସୂଚନା ରହିଛି । ଓଶିୱାରା ଅଞ୍ଚଳର ଏକ ଫର୍ନିଚର ବଜାରରେ ବଡ ଧରଣର ଅଗ୍ନିକାଣ୍ତ ଘଟିଛି । ବିଏମସି ଏଠାରେ ମଧ୍ୟ ଅଗ୍ନି ସ୍ତରକୁ ୩ ବୋଲି ଘୋଷଣା କରିଛି ।
ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁସାରେ, ଯୋଗେଶ୍ୱରୀ ଅଞ୍ଚଳର ରିଲିଫ ରୋଡରେ ଅବସ୍ଥିତ ଏକ କମ୍ପ୍ଲେକ୍ସରେ ସକାଳ ୧୧ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଧିକାରୀ ଜଣକ କହିଛନ୍ତି ଯେ ନିଆଁ ଲାଗିବା ମାତ୍ରେ ଅତି କମରେ ୧୨ଟି ଦମକଳ ଗାଡି ଆମ୍ବୁଲାନ୍ସ ଏବଂ ବରିଷ୍ଠ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥି ସହ ଜଣେ ଅଧିକାରୀ କହିଛନ୍ତି ଯେ, ନିଆଁ କେବଳ କାଠ ବଜାରରେ ସୀମିତ ରହିଥିଲା ଏବଂ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।
କାଠ ଗୋଦାମ ଏବଂ ଫର୍ନିଚର ଦୋକାନ ପାଇଁ ନିଆଁ ଶୀଘ୍ର ବ୍ୟାପିଥିଲା । ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ମପହଞ୍ଚି ନିଆଁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଦୀର୍ଘ ସମୟ ପରେ ନିଆଁ ଆୟତ୍ତ କରାଯାଇଥିଲା । ଭୟଙ୍କର ଅଗ୍ନିକାଣ୍ଡ ପାଇଁ ୨୦ ରୁ ୨୫ ଫର୍ନିଚର ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications