ବାଦଶାହଙ୍କ ନାଇଟ କ୍ଲବ ଆଗରେ ଭୟଙ୍କର ବିସ୍ଫୋରଣ ; ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଲେ NIA
ଚଣ୍ଡିଗଡ଼ର ନାଇଟ କ୍ଲବ୍ରେ ବିସ୍ଫୋରଣ। ଏହି ଭୟଙ୍କର ବିସ୍ଫୋରଣ ସକାଳୁ ହୋଇଥିବା ନେଇ ଜଣାପଡିଛି । କୁହାଯାଉଛି ଯେ ଏହି କ୍ଲବ ରାପର ବାଦଶାହଙ୍କର ଅଟେ। ଏହି ବିସ୍ପୋରଣ ଦେଶୀ ବୋମାରେ କରାଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଏନଆଇଏ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ। ଏହି ଘଟଣା ପରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରୁଛି।

କୁହାଯାଉଛି ଯେ ଦୁଇ ଜଣ ଅଜ୍ଞାତ ବାଇକ ଆସି ସେକ୍ଟର ୨୬ରେ ଅବସ୍ଥିତ ନାଇଟ୍ କ୍ଲବରେ ସନ୍ଦେହଜନକ ଭାବେ ବିସ୍ଫୋରକ ଫିଙ୍ଗିଥିଲେ। ଅଭିଯୁକ୍ତମାନେ ମଙ୍ଗଳବାର ଦିନ ପ୍ରାୟ ୪ ଟା ସମୟରେ ଏହି ଆକ୍ରମଣ କରିଥିଲେ। କୁହାଯାଉଛି ଯେ ଏହା ବହୁତ କମ୍ କ୍ଷମତା ବିସ୍ଫୋରଣ ଥିଲା ।ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି।
ଯେଉଁ କ୍ଲବରେ ଏହି ବିସ୍ଫୋରଣ ଘଟିଥିଲା ତାହା ରାପର ବାଦଶାହଙ୍କର ବୋଲି କୁହାଯାଉଛି। ଘଟଣାର ଭିଡିଓରେ କ୍ଲବର ଭଙ୍ଗା ଝରକା ଦେଖିବାକୁ ମିଳିଛି। ସୂତ୍ରରୁ ପ୍ରକାଶ ଯେ ବୋମା ଚୋରି ଉଦ୍ଦେଶ୍ୟରେ ଫିଙ୍ଗି ଦିଆଯାଇଥିଲା। କିନ୍ତୁ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟ ପୋଲିସ ଅନୁସନ୍ଧାନ କରୁଛି। ଫୋରେନସିକ୍ ଟିମ୍ ସହାୟତାରେ ଚଣ୍ଡିଗଡ଼ ପୋଲିସ ଏହି ମାମଲାର ତଦନ୍ତ କରୁଛି।












Click it and Unblock the Notifications