ବିହାରରେ ନିର୍ମାଣ ହେବ ମାତା ସୀତାଙ୍କ ମନ୍ଦିର

ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବା ପରେ ମାତା ସୀତାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରିବେ କେନ୍ଦ୍ର ସରକାର। ଏଥିପାଇଁ ମୂଳଦୁଆ ପଡ଼ିସାରିଛି। ଶୁକ୍ରବାର ବିହାରର ସୀତାମଢ଼ିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନକୀ ମନ୍ଦିର ପାଇଁ ଭୂମି ପୂଜନ କରିଛନ୍ତି।

Sita

ସୂଚନା ଅନୁଯାୟୀ, ଭୂମି ପୂଜନ କାର୍ଯ୍ୟକ୍ରମ ଅପରାହ୍ନ ୧ଟାରେ ଆରମ୍ଭ ହୋଇଥିଲା। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୨୮ ମସିହାରେ ସମାପ୍ତ ହେବ। ଆଜି ଏହି ମନ୍ଦିରର ଭୂମିପୂଜନ ପାଇଁ ଅମିତ୍ ଶାହ ସ୍ୱତନ୍ତ୍ର ଭାବରେ ଦିଲ୍ଲୀରୁ ସୀତାମଢ଼ିରେ ପହଞ୍ଚିଥିଲେ। ସୀତାମଢ଼ିର ପୁନୌରା ଧାମରେ ମା' ସୀତାଙ୍କ ମନ୍ଦିର ନିର୍ମାଣ କରାଯାଉଛି। ପୌରାଣିକ ବିଶ୍ୱାସରେ ଏହି ସ୍ଥାନକୁ ମା' ସୀତାଙ୍କ ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ।

ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟକ ଭକ୍ତ ପୂଜା କରିବାକୁ ଆସନ୍ତି। ଚଳିତ ବର୍ଷ, ରାଜ୍ୟ ସରକାର ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାମଗ୍ରିକ ବିକାଶ ପରି ପୁନୌରା ଧାମରେ ଅବସ୍ଥିତ ଜାନକୀ ଜନ୍ମଭୂମି, ପୁନୌରା ଧାମ ମନ୍ଦିର ପରିସରର ସାମଗ୍ରିକ ବିକାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମହତ୍ୱାକାଂକ୍ଷୀ ଯୋଜନାକୁ ରୂପ ଦେବା ପାଇଁ, ମନ୍ଦିର ପରିସର ଚାରିପାଖରେ ୫୦ଏକର ଜମି ଅଧିଗ୍ରହଣ କରାଯାଉଛି। ଆଜି ଏହାର ଭୂମି ପୂଜା କରାଯାଇଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ନିର୍ମାଣ ଶେଷ ହେବା ପରେ ଅଯୋଧ୍ୟା ଭଳି ଏହି ସ୍ଥାନ ଭକ୍ତଙ୍କ ପାଇଁ ହଟ୍‌ସ୍ପଟ୍ ହେବ ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+