ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ତ:ବାନ୍ଧବୀଙ୍କୁ ମାରି ଆତ୍ମହତ୍ୟା କଲା ଛାତ୍ର
ଉତ୍ତରପ୍ରଦେଶ: ଗ୍ରେଟର ନୋଏଡାର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନିଜ ସହପାଠୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ପ୍ରାୟ 1.30 ସମୟରେ ଶିବ ନାଦର ବିଶ୍ୱବିଦ୍ୟାଳୟରେ ଏହି ଘଟଣା ଘଟିଛି ।
ଗ୍ରେଟର ନୋଏଡାର ଶିବ ନାଦର ବିଶ୍ୱବିଦ୍ୟାଳରେ ଗୁରୁବାର ଦିନ +3 ତୃତୀୟ ବର୍ଷର ଛାତ୍ର ଅନୂଜ ଓ ତାଙ୍କ ବନ୍ଧୁ ନେହା ଚୌରାସିୟା କଲେଜ କ୍ୟାଣ୍ଟିନ୍ ପାଖରେ ଛିଡା ହୋଇ କଥା ହେଉଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉଭୟ କିଛି ସମୟ କଥା ହେବା ପରେ ପରଷ୍ପରକୁ ଆଲିଙ୍ଗନ କରିଥିଲେ ।

ସବୁ କିଛି ସ୍ୱଭାବିକ୍ ପରିଲିକ୍ଷିତ ହେଉଥିଲା ହେଲେ କେହି କିଛି ବୁଝିବା ପୂର୍ବରୁ ଅନୂଜ ହଠାତ୍ ବନ୍ଧୁକ ବାହର କରି ନେହାଙ୍କ ଉପରକୁ ଗୁଳି ଚଳାଇଥିଲେ । ନେହା ରକ୍ତରେ ଜୁଡୁବୁଡୁ ହୋଇ ତଳେ ପଡିଯାଇଥିଲେ । ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ନେହାଙ୍କୁ ଗୁଳି କରିବା ପରେ ଅନୂଜ ମଧ୍ୟ ନିଜ ହଷ୍ଟେଲକୁ ଫେକି ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ । ଅନୂଜଙ୍କ ଘର ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ହୋଇଥିବା ବେଳେ ନେହା କାନପୁରର ବାସିନ୍ଦା । ପୋଲିସ ଉଭୟଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications