ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଏବଂ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ ନେଇ ବିଧାନସଭାରେ ପ୍ରସ୍ତାବ ଗୃହୀତ
ଜାମ୍ମୁ-କାଶ୍ମୀର ବିଧାନସଭାରେ ଆଜି କେନ୍ଦ୍ରଶାସିତ ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଏବଂ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ ନେଇ ପ୍ରସ୍ତାବ ଗୃହୀତ ହୋଇଛି । ଗୃହର ବୈଠକ ଆଜି ସକାଳେ ଆରମ୍ଭ ହେବା ମାତ୍ରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର କୁମାର ଚୌଧୁରୀ ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଏବଂ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନର ଗୁରୁତ୍ୱ ସଂକ୍ରାନ୍ତ ପ୍ରସ୍ତାବ ଆଗତ କରିଥିଲେ ।
ଏହା ଜାମ୍ମୁ କାଶ୍ମୀରର ପରିଚୟ, ସଂସ୍କୃତି ଏବଂ ଅଧିକାରକୁ ରକ୍ଷାକରୁଛି ବୋଲି ସେ ପ୍ରସ୍ତାବରେ କହିଥିଲେ । ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ଜାମ୍ମୁକାଶ୍ମୀରର ନିର୍ବାଚିତ ପ୍ରତିନିଧିମାନଙ୍କ ସହ କେନ୍ଦ୍ର ସରକାର ସ୍ୱତନ୍ତ୍ର ମାନ୍ୟତା ଏବଂ ସାମ୍ବିଧାନିକ ସ୍ୱୀକୃତିର ପୁନଃସ୍ଥାପନ ନେଇ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଗୃହରେ ପ୍ରସ୍ତାବ ଆଗତ ହେବା ପରେ ବିଜେପିର ସୁନୀଲ ଶର୍ମାଙ୍କ ନେତୃତ୍ୱରେ ବିରୋଧୀଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଏହି ପ୍ରସ୍ତାବ ତାଙ୍କ କାର୍ଯ୍ୟର ଅଂଶବିଶେଷ ନୁହେଁ ବୋଲି ଶ୍ରୀ ଶର୍ମା ଗୃହରେ ମତ ରଖିଥିଲେ । ହଟ୍ଟଗୋଳ ସତ୍ତ୍ୱେ ବାଚସ୍ପତି ଏହି ପ୍ରସ୍ତାବରେ ବାଚନିକ ଭୋଟ୍ କରିଥିଲେ ଏବଂ ଏହା ଗୃହରେ ଅନୁମୋଦିତ ହୋଇଥିଲା । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ସଂସଦରେ ଜାମ୍ମୁ-କାଶ୍ମୀରର ଧାରା ୩୭୦ ଉଚ୍ଛେଦ ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା ।












Click it and Unblock the Notifications