ତେଜସ୍ୱୀ-ରାହୁଲଙ୍କ ଖେଳ ବିଗାଡ଼ିବାକୁ ଯୋଜନା,୧୦୦ ଆସନରେ ଲଢ଼ିବ ଅୱେସୀଙ୍କ ଏଆଇଏମ୍ଆଇଏମ୍
ବିହାର ବିଧାନସଭା ନିର୍ବାଚନ-୨୦୨୫ରେ ଅସଉଦ୍ଦିନ ଅୱେସୀଙ୍କ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲମିନ (ଏଆଇଏମ୍ଆଇଏମ୍) ୧୦୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। ଏହା ୨୦୨୦ରେ ଲଢ଼ିଥିବା ୨୦ ଆସନଠାରୁ ପାଞ୍ଚ ଗୁଣ ଅଧିକ। ଏହି ନିଷ୍ପତ୍ତି ଏନ୍ଡିଏ (ବିଜେପି-ଜେଡିୟୁ) ଓ ଇଣ୍ଡି ମେଣ୍ଟ (ଆର୍ଜେଡି-କଂଗ୍ରେସ) ବିରୋଧରେ ଏକ ତୃତୀୟ ବିକଳ୍ପ ଗଢ଼ିବା ଲକ୍ଷ୍ୟରେ ନିଆଯାଇଛି ବୋଲି ଦଳ କହିଛି। ଏଆଇଏମ୍ଆଇଏମ୍ ରାଜ୍ୟ ସଭାପତି ଅଖ୍ତରୁଲ ଇମାନ କହିଛନ୍ତି, ଆର୍ଜେଡି ନେତା ଲାଲୁ ପ୍ରସାଦ ଓ ତେଜସ୍ୱୀ ଯାଦବଙ୍କୁ ମେଣ୍ଟ ପାଇଁ ଚିଠି ଲେଖାଯାଇଥିଲା, କିନ୍ତୁ ଜବାବ ନ ମିଳିବାରୁ ଏକାକୀ ଲଢ଼ିବା ନିଷ୍ପତ୍ତି ନିଆଯାଇଛି।













Click it and Unblock the Notifications