Get Updates
Get notified of breaking news, exclusive insights, and must-see stories!

ବ୍ୟକ୍ତିର କହିବାର ସ୍ୱାଧିନତା ଅଛି ବୋଲି ମନ ଇଛା କହି ପାରିବେ ନାହିଁ: ବମ୍ବେ ହାଇକୋର୍ଟ

bombay high court

ବମ୍ବେ:ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ସଂପର୍କରେ ବମ୍ବେ ହାଇକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ବମ୍ବେ ହାଇକୋର୍ଟ କହିଛନ୍ତି ଯେ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଏହାର ସୀମାଠାରୁ ଅଧିକ ଅନୂମତି ଦିଆ ଯାଇ ପାରିବ ନାହିଁ । ଯଦି ଏହା ଘଟେ ତେବେ ଏହାର ପରିଣାମ ବିପର୍ଯ୍ୟସ୍ତ ହୋଇପାରେ । ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି ବୋଲି ଏହାର ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ।

ଏହାର ପରିଣାମ ବିପଦଜନକ ହୋଇପାରେ । କହିବାର ସ୍ୱାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ । କୋର୍ଟରେ ହୋଇଥିବା ଶୁଣାଣିରେ ଜଷ୍ଟିସ ମିଲିନ୍ଦ ଯାଦବଙ୍କ ଏକ ବେଞ୍ଚ ଅଟୋମୋବାଇଲ କମ୍ପାନୀ 'ହିତାଚି ଏଷ୍ଟେମୋ ଏଫ'ର ଜଣେ କର୍ମଚାରୀଙ୍କୁ ବହିଷ୍କାର ସେବା ବନ୍ଦ କରିବାର ଆଦେଶକୁ ସମର୍ଥନ କରିଛନ୍ତି । ସୁଚନାନୁସାରେ , କର୍ମଚାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ କମ୍ପାନୀ ବିରୁଦ୍ଧରେ ଦୁଇଟି ବିଭ୍ରାନ୍ତଜନକ ପୋଷ୍ଟ କରିଥିଲେ, ଯାହା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା । ଏହା ପରେ କର୍ମଚାରୀ ଶ୍ରମ କୋର୍ଟ ନିକଟକୁ ଯାଇଥିଲେ । ଶ୍ରମ କୋର୍ଟ ତାଙ୍କ ବହିଷ୍କାର ବାତିଲ କରିବାକୁ କମପନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ କମ୍ପାନୀ ତରଫରୁ ବମ୍ବେ ହାଇକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା ।

ଆଉ ହାଇକୋର୍ଟର ଜଷ୍ଟିସ୍‌୍ ଯାଦବ ଏହି ମାମଲାରେ ଶୁଣାଣି କରି କହିଛନ୍ତି ଯେ, କର୍ମଚାରୀ ଜଣଙ୍କ କମ୍ପାନୀ ବିରୋଧରେ ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । କୋର୍ଟ କହିଛନ୍ତି ଏପରି କାର୍ଯ୍ୟ ବିରୋଧରେ ସମାଜରେ ଦୃଢ଼ ବାର୍ତ୍ତା ପଠାଇବା ଆବଶ୍ୟକ । ଆଉ ଏଭଳି କାର୍ଯ୍ୟ ଶେଷ ହେବା ଜରୁରୀ ବୋଲି କୋର୍ଟ କହିଛନ୍ତି । ଏହି ବେଞ୍ଚ ଆହୁରି କହିଛନ୍ତି ଯେ, ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଏହାର ସମା ଅତିକ୍ରମ କରିବାକୁ ଦିଆଯାଇପାରିବ ନାହିଁ । ଯଦି ଏହାକୁ ଅନୁମତି ଦିଆଯାଏ, ତେବେ ଏହାର ବିପର୍ଯ୍ୟସ୍ତ ପରିଣାମ ହୋଇପାରେ । ଏହି ବେଞ୍ଚ ଆହୁରି କହିଛନ୍ତ ଯେକୌଣସି ପରିସ୍ଥିତିରେ ଏଭଳି ଘଟଣା ଘଟିବା ପର୍ଯ୍ୟନ୍ତ ଜଣେ ଅପେକ୍ଷା କରିପାରିବ ନାହିଁ ଏବଂ ଅପେକ୍ଷା କରିବା ଉଚିତ ନୁହେଁ । ପ୍ରଥମରୁ ଏପରି କାର୍ଯ୍ୟ ବନ୍ଦ କରିବାର ଆବଶ୍ୟକତା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+