ପ୍ରଧାନମନ୍ତ୍ରୀଙ୍କ ସଭାରେ ବେହୋସ ହୋଇପଡିଲେ ବ୍ୟକ୍ତି, ଚିକିତ୍ସା ପାଇଁ ନିଜ ଡାକ୍ତରଙ୍କୁ ପଠାଇଲେ ମୋଦି
Delhi: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଏବଂ ପରେ ଗ୍ରୀସ୍ ଭାରତ ଫେରିଛନ୍ତି । ଏହା ପରେ ପ୍ରଥମେ ସେ କର୍ଣ୍ଣାଟକର ବାଙ୍ଗାଲୋର ଯାଇ ISRO ବୈଜ୍ଞାନିକମାନଙ୍କୁ ଭେଟିଥିଲେ । ଏହା ପରେ ସେ ଦିଲ୍ଲୀ ଆସି ପାଲମ ବିମାନବନ୍ଦରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଜଣେ ବ୍ୟକ୍ତି ହଠାତ୍ ବେହୋସ ହୋଇପଡି ତଳେ ପଡିଯାଇଥିଲେ । ଯାହା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନଜର ପଡିଥିଲା । ସେ ସଭାରେ ଉପସ୍ଥିତ ଲୋକଙ୍କୁ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଦେଖିବା ପାଇଁ କହିଥିଲେ ଏବଂ ତୁରନ୍ତ ନିଜ ଡାକ୍ତରୀ ଦଳକୁ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପଠାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମୁଁ ବ୍ରିକ୍ସରେ ଭାଗ ନେବାକୁ ଦକ୍ଷିଣ ଆଫ୍ରିକା ଯାଇଥିଲି। ଏହି ସମୟରେ ମୁଁ ଚନ୍ଦ୍ରଯାନ -3 ପାଇଁ ଅନେକ ଅଭିନନ୍ଦନ ବାର୍ତ୍ତା ପାଇଥିଲି । ଯାହା ବିଷୟରେ ମୁଁ ଇସ୍ରୋ ବୈଜ୍ଞାନିକଙ୍କ ମାନଙ୍କୁ ଜଣାଇଛି ।
#WATCH | Delhi: Prime Minister Narendra Modi asks his team of doctors to check on a person who collapsed during his address. pic.twitter.com/Stw4eL97CW
— ANI (@ANI) August 26, 2023
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଜି -20 ବୈଠକ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ,ଦିଲ୍ଲୀରେ ଆଗକୁ ଜି-20 ବୈଠକ ଅନୁଷ୍ଠିତ ହେବା ପାଇଁ ଯାଉଛି । 5 ରୁ 15 ସେପ୍ଟେମ୍ବର ପର୍ଯ୍ୟନ୍ତ ଦିଲ୍ଲୀବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏଥିପାଇଁ ମୁଁ ଆଗୁଆ କ୍ଷମା ମାଗୁଛି । ଏପରିକି ଜି -20 ସମ୍ମିଳନୀ ପାଇଁ ବଦଳିଥିବା ନିୟମ ବିଷୟରେ ମଧ୍ୟ ମୋଦି ଲୋକଙ୍କୁ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଜେ.ପି ନଡ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ 4 ଦିନିଆ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରିଛନ୍ତି। ତାଙ୍କ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶ ଚନ୍ଦ୍ରଯାନ-3କୁ ଏକ ସଫଳ ପ୍ରକଳ୍ପ କରିପାରିଛି । ଏଥିପାଇଁ ସାରା ଦେଶ ଗର୍ବିତ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଚନ୍ଦ୍ରଯାନ-୨ 2019 ରେ ବିଫଳ ହୋଇଥିଲା, ସେତେବେଳେ ସମସ୍ତେ ନିରାଶ ହୋଇ
ହୋଇପଡିଥିଲେ । ହେଲେ ପ୍ରଧାନମନ୍ତ୍ରୀ ଆଗକୁ ଆସି ଦେଶକୁ ଉତ୍ସାହିତ କରିଥିଲେ। ଆଜି ଦେଶ ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛି । ଆଜି ଭାରତର ବିଜ୍ଞାନ ଏବଂ ଅନୁସନ୍ଧାନକୁ ବିଶ୍ୱ ପ୍ରଶଂସା କରୁଛି ।












Click it and Unblock the Notifications