'କୃତ୍ରିମ ବୁଦ୍ଧିମତ୍ତା ଦାୟିତ୍ୱ ଅଭିଯାନ ଅଧୀନରେ ସର୍ବାଧିକ ପ୍ରତିଜ୍ଞା ବର୍ଗରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି'
କୃତ୍ରିମ ବୁଦ୍ଧିମତ୍ତା ଦାୟିତ୍ୱ ଅଭିଯାନ ଅଧୀନରେ ସର୍ବାଧିକ ପ୍ରତିଜ୍ଞା ବର୍ଗରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ଭାରତ ଏ.ଆଇ. ଏବଂ ଇଣ୍ଟେଲ୍ ଇଣ୍ଡିଆର ଏହି ଅଭିଯାନ ଅଧୀନରେ ଗତ ୨୪ ଘଣ୍ଟା ମଧ୍ୟରେ ଅଢ଼େଇଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଜ୍ଞା ନେଇଛନ୍ତି ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ସଫଳତା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳନ କରୁଛି।
ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ଯୋଗାଯୋଗ କରାଯିବା ସହ କୃତ୍ରିମ ବୁଦ୍ଧିମତ୍ତାକୁ ଏକ ଉପକରଣ ଭାବେ ବ୍ୟବହାର କରିବା ନେଇ ପ୍ରତିଜ୍ଞା କରିବାକୁ ଉତ୍ସାହିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।












Click it and Unblock the Notifications