ନୂଆ ବର୍ଷରେ ନୂଆ ମୁହଁ, ଜାନୁଆରିରେ ବିଜେପିକୁ ମିଳିପାରେ ନୂଆ ଅଧ୍ୟକ୍ଷ

ଗତ ୪ ବର୍ଷରୁ ଅଧିକ ସମୟ ଧରି ଜେପି ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ନଡ୍ଡାଙ୍କ କାର୍ଯ୍ୟକାଳ ଗତ ବର୍ଷ ଶେଷ ହୋଇଥିଲା, କିନ୍ତୁ ଲୋକସଭା ନିର୍ବାଚନକୁ ଦେଖି ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା । ଏବେ ନିର୍ବାଚନ ଫଳାଫଳ ଆସିବାର ୬ ମାସ ହୋଇସାରିଛି, କିନ୍ତୁ ବିଜେପିକୁ ନୂଆ ଅଧ୍ୟକ୍ଷ ମିଳିପାରି ନାହିଁ । ଏହାରି ଭିତରେ ପାର୍ଟିରେ ସଂଗଠନ ପରିବର୍ତ୍ତନ ପ୍ରକ୍ରିୟା ତୀବ୍ର ହେବାରେ ଲାଗିଛି ଏବଂ ଖୁବଶୀଘ୍ର କୌଣସି ନେତାଙ୍କ ନାଁରେ ମୋହର ବାଜିପାରେ । ସୂତ୍ର ଅନୁସାରେ ଭୂପେନ୍ଦ୍ର ଯାଦବ, ଅନୁରାଗ ସିଂହ ଠାକୁର, ଶିବରାଜ ସିଂହ ଚୌହାନ, ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଅନେକ ନେତାଙ୍କ ନାଁକୁ ନେଇ ବିଚାର କରାଯାଉଛି ।

bjp

ସୂତ୍ର ଅନୁସାରେ ଦଳ ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ଜିଲ୍ଲା ଏବଂ ରାଜ୍ୟର ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛି । ସଂକ୍ରାନ୍ତି ସୁଦ୍ଧା ଅଧାରୁ ଅଧିକ ରାଜ୍ୟରେ ନୂଆ ଅଧ୍ୟକ୍ଷ ନିଯକ୍ତ କରାଯିବ ଏବଂ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଯିବ । ଖବର ଅନୁସାରେ ମାସ ଶେଷ ସୁଦ୍ଧା ପାର୍ଟିକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିପାରେ । ରବିବାର ବିଜେପି ଏନେଇ ପାର୍ଟି ମୁଖ୍ୟାଳୟରେ ବୈଠକ କରିଥିଲା । ଏଥିରେ ରାଷ୍ଟ୍ରୀୟ ମହାସଚିବ ବିଏଲ୍ ସନ୍ତୋଷ, ଜେପି ନଡ୍ଡାଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ସଂଗଠନ ପର୍ବ ନେଇ ଚର୍ଚ୍ଚା ହୋଇଛି । ଏହା ଅଧିନରେ ଦଳ ପକ୍ଷରୁ ସଦସ୍ୟତା ଅଭିଯାନ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅକ୍ଟୋବରରେ ବିଜେପି ୧୦ କୋଟି ସଦସ୍ୟ ସଂଖ୍ୟା ପାର୍ କରିଥିଲା । ବୈଠକ ପରେ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀକୁ ସାରା ବର୍ଷ ପାଳନ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ବର୍ଷ ତମାମ ଅଟଳ ଜୟନ୍ତୀକୁ ସୁଶାସନ ବର୍ଷ ରୂପେ ପାଳନ କରିବା ପାଇଁ ଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ମକର ସଂକ୍ରାନ୍ତି ସୁଦ୍ଧା ଜିଲ୍ଲା ଏବଂ ରାଜ୍ୟର ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା ଦଳର ପ୍ରାଥମିକତା ରହିଛି । ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+