ଜଳିଗଲା ବାୟୁସେନାର ମିଗ ୨୯ ଯୁଦ୍ଧ ବିମାନ
A MiG-29 Fighter Jet Has Crashed Near Agra: ସୋମବାର ଉତ୍ତରପ୍ରଦେଶର ତାଜ ସହର ଅର୍ଥାତ୍ ଆଗ୍ରାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରା କରିବା ସମୟରେ ଏକ ସେନା ବିମାନ ମଝି ଆକାଶରେ ଜଳିବା ଆରମ୍ଭ କରିଥିଲା । ହେଲେ ବିମାନରେ ଥିବା ପାଇଲଟ ଜଣକ ସୁରକ୍ଷିତ ଥିବା ନେଇ ସୂଚନା ରହିଛି ।

ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇ ଏକ କ୍ଷେତ ମଧ୍ୟରେ ଖସିବା ପରେ ହୁତହୁତ ହୋଇ ଜଳିବାକୁ ଲାଗିଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିମାନଟି ଜଳୁଥିବାରେ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ଏୟାରଫୋର୍ସ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯୁଦ୍ଧ ବିମାନଟି ଆଜି ମଧ୍ୟାହ୍ନ ସମୟରେ ପଞ୍ଜାବ ଆଦମପୁରରୁ ଉଡ଼ାଣ ଭରିଥିଲା। ଏହା ନିୟମିତ ଅଭ୍ୟାସ ପାଇଁ ଆଗ୍ରା ଆସୁଥିବା ଦୁର୍ଘଟଣା ଘଟିଥିଲା । ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ଏହା ପୂର୍ବରୁ ଯାନ୍ତ୍ରିକ ତ୍ରୁଟିର ଯୋଗୁଁ କ୍ରାଶ ହୋଇଯାଇଥିଲା ।
A MiG-29 fighter jet has crashed near Agra, Uttar Pradesh. The pilot has ejected from the plane. The plane had taken off from Adampur in Punjab and was en route to Agra for an exercise when the incident happened. More details awaited. Court of Inquiry to be ordered: Defence… pic.twitter.com/L6a7zxaBbV
— ANI (@ANI) November 4, 2024












Click it and Unblock the Notifications