ମହାକୁମ୍ଭ ପୁଣି ଲାଗିଲା ଭୟଙ୍କର ନିଆଁ
Mahakumbh Mela 2025: ପ୍ରୟାଗରାଜ ମହାକୁମ୍ଭରେ ପୁଣି ଥରେ ଲାଗିଲା ଭୟଙ୍କର ନିଆଁ । ମହାକୁମ୍ଭର ସେକ୍ଟର 22ରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ତ ପରେ ଲୋକଙ୍କ ମଧ୍ୟରେ ଦୌଡାଦୌଡି ଆରମ୍ଭ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଅନେକ ତମ୍ବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମହାକୁମ୍ଭର ସେକ୍ଟର ୨୨ରେ ଝୁସି ଅଞ୍ଚଳର ଛଟନାଙ୍ଗ ଘାଟ ନିକଟରେ ଥିବା ନାଗେଶ୍ୱର ମଣ୍ଡପରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ତ ବିଷୟରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା ।
ତେବେ ଏହି ଅଗ୍ନିକାଣ୍ତରେ କାହାରି କିଛି କ୍ଷୟକ୍ଷତି ହୋଇ ନାହିଁ । ଏହି ଅଗ୍ନିକାଣ୍ଡ ଅପରାହ୍ନ ପ୍ରାୟ ସାଢ଼େ ଦୁଇଟା ସମୟରେ ଘଟିଥିଲା। ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ପଣ୍ଡାଲରେ ଉପସ୍ଥିତ ସମସ୍ତ ଲୋକ କିନ୍ତୁ ସୁରକ୍ଷିତ ଥିବା ନେଇ ସୂଚନା ରହିଛି ।
ଘଟଣାସ୍ଥଳରେ ଉପସ୍ଥିତ ଜଣେ ପୋଲିସ ଅଧିକାରୀ କହିଛନ୍ତି, ତମ୍ବୁରେ ନିଆଁ ଲାଗିବା ବିଷୟରେ ସୂଚନା ମିଳିବା ପରେ ଆମ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଯେଉଁଠି ୧୫ଟି ତମ୍ବୁ ଜଳି ପୋଡି ପାଉଁଶ ହୋଇଯାଇଥିବା ଦେଖିବା ପାଇଁ ମିଳିଥିଲା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।












Click it and Unblock the Notifications