ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ ସଫଳତା, ମ୍ୟାଲେରିଆ ପାଇଁ ଆସିଲା ଟିକା

ଚିକିତ୍ସା କ୍ଷେତ୍ରରେ ବଡ଼ ଉପଲବ୍ଧି । ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ବା ଆଇସିଏମ୍‌ଆର୍‌ ମ୍ୟାଲେରିଆ ବିରୋଧରେ ଏକ ଐତିହାସିକ ପଦକ୍ଷେପ ନେଇ ସ୍ୱଦେଶୀ ଟିକା 'ଆଡଫାଲସିଭାକ୍ସ' ବିକଶିତ କରିଛି । ଏହି ଟିକା ପ୍ଲାସମୋଡିୟମ୍‌ ଫାଲସିପାରମ୍‌, ମ୍ୟାଲେରିଆର ସବୁଠାରୁ ମାରାତ୍ମକ ପରଜୀବୀକୁ ଟାର୍ଗେଟ୍‌ କରି ରୋଗ ନିବାରଣ ସହ ସଂକ୍ରମଣ ହ୍ରାସ କରିବ ।

malaria

ଆଇସିଏମଆର୍‌ ସହ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର ଆରଏମ୍‌ଆର୍‌ସି ଏହାର ବିକାଶ କରିଛି , ଯାହା ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଆଇସିଏମ୍‌ଆର୍‌ ଏବେ ଏହି ଟିକାର ବ୍ୟାପକ ଉତ୍ପାଦନ, ପରୀକ୍ଷଣ ଓ ବିପଣନ ପାଇଁ ସହଯୋଗୀ ସଂସ୍ଥାଙ୍କୁ ଆହ୍ୱାନ କରିଛି । ଏହି ଟିକା ଗ୍ରାମାଞ୍ଚଳରେ ସୁଲଭ ଓ ସମର୍ଥନୀୟ ହେବା ଲକ୍ଷ୍ୟ ରଖିଛି, ଯାହା ଓଡ଼ିଶା ଭଳି ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳ ପାଇଁ ବରଦାନ ସାବ୍ୟସ୍ତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+