ଏହି ଦେଶରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା 6.1
ଦକ୍ଷିଣ ଆମେରିକୀୟ ଦେଶ ଚିଲିର ଉତ୍ତର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା 6.1 ରେକର୍ଡ କରାଯାଇଛି । ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ବିଷୟରେ କୌଣସି ସୂଚନା ନାହିଁ । ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଚିଲିର ବୋଲିଭିଆ ସୀମା ନିକଟରେ ଉତ୍ତର ମରୁଭୂମିର ଧାରରେ ଅବସ୍ଥିତ ଏକ ଛୋଟ ସହର ସାନ ପେଡ୍ରୋ ଡି ଆଟାକାମାରୁ 104 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା।

USGS ରିପୋର୍ଟ-ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ସ୍ଥାନୀୟ ସମୟ ଦିନ ୧୨:୨୧ ରେ ହୋଇଥିବା ଏହି ଭୂମିକମ୍ପର ଗଭୀରତା ୯୩ କିଲୋମିଟର ଥିଲା । ଚିଲିର ଜାତୀୟ ବିପର୍ଯ୍ୟୟ ସଂସ୍ଥା ଏହି ଭୂମିକମ୍ପକୁ "ତୀବ୍ରତାରେ ମଧ୍ୟମ" ଭାବରେ ବର୍ଗୀକୃତ କରିଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ କରାଯାଇ ନାହିଁ । ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଭୂମିକମ୍ପ ପରେ ସୁନାମିର କୌଣସି ବିପଦ ନାହିଁ ।












Click it and Unblock the Notifications