ପୁଣି ଅଶାନ୍ତ ମଣିପୁର ; ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ, ଜଣେ ଯବାନ ସହୀଦ

ପୁଣିଥରେ ଅଶାନ୍ତ ହୋଇଛି ମଣିପୁର। ଏଠାରେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରେ ଆକ୍ରମଣ କରିଛନ୍ତି ସନ୍ଦିଗ୍ଧ କୁକି ଆତଙ୍କବାଦୀ। ଆଜି ସକାଳ ୯.୪୦ରେ ମଣିପୁରର ଜିରିବାମ ଠାରେ ଏପରି ଘଟଣା ଘଟିଛି। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ସ୍ଥାନୀୟ ପୁଲିସ୍‌ର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳେ ସିଆରପିଏଫର ୨୦ ବାଟାଲିୟନ ଓ ଜିରିବାମ ଜିଲ୍ଲା ପୁଲିସ୍‌ର ମିଳିତ ଟିମ ୧୩ ଜୁଲାଇରେ ଘଟିଥିବା ଗୁଳିମାଡ଼ ଘଟଣାରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଜଙ୍ଗଲ ଓ ପାହାଡ଼ ଉପରେ ଲୁଚି ରହିଥିବା କୁକି ଆତଙ୍କବାଦୀମାନେ ସେମାନଙ୍କୁ ଘେରି ଯାଇ ଗୁଳିମାଡ଼ କରିଥିଲେ।

Manipur violence

ଏଥିରେ ଜଣେ ସିଆରପିଏଫ ଯବାନ ଓ ଜିରିବାମ ପୁଲିସ୍‌ ଷ୍ଟେସନର ଏସ୍‌ଆଇ ଆହତ ହୋଇଥିଲେ। ଉଭୟଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଥିଲା। କିନ୍ତୁ ସିଆରପିଏଫ ଯବାନଙ୍କ ମୁଣ୍ଡରେ ଗୁଳି ବାଜି ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଏସ୍‌ଆଇ ରୋମେଣ୍ଡ୍ରୋ ଏବେ ଜିରିବାମ ସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+