ଦିଲ୍ଲୀରେ ଆରଏସଏସର ଏକ ବିଶାଳ କାର୍ଯ୍ୟାଳୟ, ଖର୍ଚ୍ଚ ହୋଇଛି ଦେଢ ସହ କୋଟି
ପୁରୁଣା ଅଫିସକୁ ଦୀର୍ଘ 8 ବର୍ଷ ଫେରିବାକୁ ଯାଉଛି ଆରଏସଏସ । ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ବିଶାଳ କାର୍ଯ୍ୟାଳୟ ନିର୍ମାଣ ଶେଷ ହୋଇଛି । କୁହାଯାଉଛି ଏହାକୁ ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ଦେଢ ସହ କୋଟି ଟଙ୍କା। କାର୍ଯ୍ୟାଳୟ ଭିତରେ ରହିଛି ଅଡିଟୋରିୟମ୍, ପାଠାଗାରା ଓ ହସ୍ପିଟାଲର ସୁବିଧା ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ଆରଏସଏସ ର ଦିଲ୍ଲୀ କାର୍ୟ୍ୟାଳୟ 'କେଶବ କୁଞ୍ଜ'ର ନୂତନ କାଯ୍ୟାଳୟର ନିର୍ମାଣ ଶେଷ ହୋଇଛି। ସଂଘର ନୂଆ ନିର୍ମାଣ କାର୍ୟ୍ୟ ୨୦୧୮ରେ ଆରମ୍ଭ ହୋଇଥିଲା, ଯାହା ୮ ବର୍ଷ ପରେ ଶେଷ ହେବାକୁ ଯାଉଛି।ଗୁଜରାଟର ଆର୍କିଟେକ୍ଟ ଅନୁପ ଦବେ ଏହାର ଡିଜାଇନ୍ କରିଛନ୍ତି। ଏହି କୋଠାକୁ ଉଭୟ ଆଧୁନିକ ଓ ପୁରୁଣା ରୂପ ଦିଆଯାଇଛି। ୩.୭୫ ଏକର ପରିମିତ ଏହି ନୂତନ କାର୍ୟ୍ୟାଳୟରେ ୧୨ ମହଲା ବିଶିଷ୍ଟ ତିନୋଟି ଟାୱାର ରହିଛି- ସାଧନା, ପ୍ରେରଣା ଓ ଅର୍ଚ୍ଚନା। ଅଯୋଧ୍ୟାରେ ରାମ ମନ୍ଦିରର ଅନ୍ୟତମ ମୁଖ୍ୟ ପ୍ରବକ୍ତା ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲଙ୍କ ସ୍ମୃତିରେ ଏହି ମୁଖ୍ୟ ଅଡିଟୋରିୟମ ନିର୍ମାଣ କରାଯାଇଛି। ଏଥିରେ ୪୬୩ ଜଣ ବସିପାରିବେ ଏବଂ ଦ୍ୱିତୀୟ ହଲ୍ ରେ ୬୫୦ ଜଣ ବସିପାରିବେ।
ନୂଆ ରୁପରେ ଆରଏସଏସ କାର୍ଯ୍ୟାଳୟ
୪ ଏକର ଜମିରେ ବିସ୍ତୃତ ଆରଏସଏସ କାର୍ଯ୍ୟାଳୟ
ନୂତନ କୋଠାଟି ଏକ ବିଶାଳ ୧୩ ମହଲା ବିଶିଷ୍ଟ କୋଠା
ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ୧୫୦ କୋଟି ଟଙ୍କା
ଏଥିରେ ମୋଟ ୩୦୦ଟି କୋଠରୀ ଏବଂ କାର୍ଯ୍ୟାଳୟ ଅଛି
କାର୍ୟ୍ୟଳୟ ଭିତରେ ରହିଛି ୮,୫୦୦ ବହି ଥିବା ପାଠାଗାର
ନୂଆ କୋଠାରେ ୫ ବେଡ୍ ବିଶିଷ୍ଠ ହସ୍ପିଟାଲ୍ ମଧ୍ୟ ରହିଛି
୫୦୦ କାର୍ ରଖିବା ଭଳି ପାର୍କିଂ ମଧ୍ୟ ନିର୍ମାଣ ହୋଇଛି
ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟ ଠାରୁ ବଡ଼ ଆରଏସଏସ ଅଫିସ
ମୁଖ୍ୟାଳୟ ନିର୍ମାଣ ପାଇଁ ପାଖାପାଖି ୭୫ ହଜାର ଲୋକ ଅର୍ଥ ଦାନ କରିଛନ୍ତି
୧୯୬୨ ମସିହାରୁ ଝଣ୍ଡେୱାଲାନରେ ସଂଘର ଏକ କାର୍ଯ୍ୟାଳୟ ଅଛି। ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ, ଆରଏସଏସ ୨୦୧୬ ଠାରୁ ଏକ ଭଡା ଘରରୁ ଏହାର କାର୍ଯ୍ୟକଳାପ ପରିଚାଳନା କରୁଥିଲା। ତେବେ ଆସନ୍ତା 19ରୁ ଏହାକୁ ଉଦଘାଟନ କରିବ ଆରଏସଏସ ।












Click it and Unblock the Notifications